ଲୁଟେରା ଗ୍ୟାଙ୍ଗ ଗିରଫ, ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା

କେନ୍ୟୁଜ ବ୍ୟୁରୋ : ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ। ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍‌ କାର୍ଡଧାରୀଙ୍କଠାରୁ କୌଶଳକ୍ରମେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ଗିରଫ ଦୁଇ ଜଣ ଲୁଟେରା ହେଲେ ଗଜପତି ଜିଲ୍ଲା ମୋହନାର ଚେରୁ ଓରଫ ସିମାଞ୍ଚ ସାହୁ ଓ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଗୋବର୍ଦ୍ଦନ ପାତ୍ର। ଏମାନେ ବିଭିନ୍ନ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍‌ କରୁଥିଲେ। ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳକ୍ରମେ ସାଙ୍ଗେ ସାଙ୍ଗେ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ ।

ଦୁଇ ଲୁଟେରାଙ୍କଠାରୁ ନଗଦ ଦୁଇ ଲକ୍ଷ ୭୦ ହଜାର ଟଙ୍କା, ୧୦ଟି ଏଟିଏମ କାର୍ଡ, ତିନୋଟି ମୋବାଇଲ ଫୋନ୍‌ ଓ ଦୁଇଟି ମୋଟର ସାଇକେଲ ଜବତ କରଛି ପୋଲିସ । ଗରିଫ ହୋଇଥିବା ଦୁଇ ଚୋରଙ୍କ ପୂର୍ବରୁ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ୪ଟି ମାମଲା ଓ ଆର୍ଯ୍ୟପଲ୍ଲୀ ମେରାଇନ୍‌ ଥାନାରେ ଗୋଟିଏ ମାମଲା ରହିଛି। ନୟାଗଡ଼ ଥାନା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଜେରା କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଏମାନେ ୧୯ଜଣଙ୍କୁ ଠକିଥିବା ଜଣାପଡିଛି। ପୋଲିସ ଏନେଇ ଅଧିକା ତଦନ୍ତ ଜାରି ରଖିଥିବା ବେଳ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.