କାଚ ବୋତଲରେ ସଜ୍ଜା ଯାଇଛି ଏହି “ବିଚ”, ମଜା ନେବା ପାଇଁ ଥରେ ପକାନ୍ତୁ ନଜର

ସମୁଦ୍ର କୂଳରେ ବୁଲିବା ମଜା କିଛି ନିଆରା  । ସାଧାରଣ ଲୋକଙ୍କୁ କିଛିଟା ଫୁରସତ ମିଳିବା କ୍ଷଣି ସେମାନେ ପ୍ରଥମେ ପରିବାର ସହିତ ଛୁଟି କାଟିବା ନେଇ ଯୋଜନା କରନ୍ତି  । ଆଉ ଏଥିପାଇଁ ପ୍ରଥମ ପସନ୍ଦ ସମୁଦ୍ର କୁଳ ହିଁ ହୋଇଥାଏ  । ଏମିତିରେ ତ ପ୍ରାୟ ସବୁ କୂଳର ଏକ ଖାସ ସୌନ୍ଦର୍ଯ୍ୟ ଥାଏ  । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବିଚ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ହୁଏତ ଆପଣ ଆଗରୁ କେବେ ଜାଣି ନଥିବେ କି ଶୁଣି ବି ନଥିବେ  ।ଆପଣ କେବେ କାଚ ପ୍ରସ୍ତୁତ ବିଚ ବିଷୟରେ ଶୁଣିଛନ୍ତି କି ? ବିଚ ପୁଣି କାଚରେ ତିଆରି ହୋଇଥିବ  । ଶୁଣିବାକୁ ଅଜବ ଲାଗୁଛି ନା  ।ରୁଷରେ ଏମିତି ଏକ ସମୁଦ୍ର କୁଳ ଆସିଛି ଯାହାର କୂଳକୁ କେବଳ କାଚ ବୋତଲରେ ହିଁ ସଜ୍ଜା ଯାଇଛି  । ଏହା କୂଳରେ ଠିଆ ହେଲେ ଚାରି ପାଖରେ କେବଳ ରଙ୍ଗ ବିରଙ୍ଗ କାଚ ହିଁ ନଜର ଆସିବ  । ଏହି ଦୃଶ୍ୟ ଦେଖିଲେ ଯା କାହାର ବି ମନ ମୋହିଯିବ  । ଆଉ ଏହି ସ୍ୱତନ୍ତ୍ର ସମୁଦ୍ର କୂଳର ମଜା ନେବା ନେବା ପାଇଁ କାହିଁ କେଉଁ ଦୂରରୁ ଲୋକଙ୍କ ସୁଅ ଛୁଟୁଛି  ।

glass beach

ରୁଷର ଏହି ବିଚର “ଗ୍ଲାସ ବିଚ” ନାଁରେ ପୁରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି  । ଆଉ ଏହା ପଛରେ ବି ଏକ ସ୍ୱତନ୍ତ୍ର ଇତିହାସ ବି ଅଛି  । ସ୍ଥାନୀୟ ଲୋକଙ୍କ ଅନୁସାରେ କିଛି ବର୍ଷ ତଳେ ଏହି ବିଚ କୂଳରେ ବସି ଲୋକେ ମଦ ପିଉଥିଲେ  । ଆଉ ଖାଲି ବୋତଲକୁ ସମୁଦ୍ର କୂଳରେ ହିଁ ଫୋପାଡ଼ି ଦେଇ ପଳାଉଥିଲେ  । ଏହି କାରଣରୁ ହିଁ ସେଠାକାର ସରକାର ଏହି ବିଚ ସର୍ବସାଧାରଣଙ୍କ ପାଇଁ ନିଷେଧାଦେଶ ଜାରି କରିଥିଲେ  । କିନ୍ତୁ କିଛି ଦିନ ପରେ ରଙ୍ଗ ବିରଙ୍ଗ ବୋତଲ ତଥା ପଥରରେ ଏହାକୁ ସଜ୍ଜା ଯାଇଥିଲା  । ଯାହାକି କୂଳର ସୌନ୍ଦର୍ଯ୍ୟକୁ ଅନେକ ଗୁଣା ବଢ଼ାଇ ଦେଇଛି  ।

 

 

 

Leave A Reply

Your email address will not be published.