ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ଚଳିତ ବର୍ଷ ୬ ଦିନ ପଡୁଛି ପଞ୍ଚୁକ । ଏହି ଛଅ ଦିନ ମହାପ୍ରଭୁ ଗୋଟିଏ ଗୋଟିଏ ବେଶରେ ଦର୍ଶନ ଦେବେ । ଆଜି ଏକାଦଶୀ ତଥା ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହେବେ ।
ଆଜି ଭୋରୁ ମହାପ୍ରଭୁଙ୍କ ମଙ୍ଗଳା ଆଳତି ଶେଷ ହୋଇଥିବାବେଳେ ଅବକାଶ ନୀତି ଶେଷ ପରେ ଏହି ବେଶ କରାଯିବ । ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।