ଆଜି ଶକ୍ତି ପିଠରେ ମହାନବମୀ ପୂଜା, ଯାଜପୁର କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ଶେଷ ହେବ ରଥଯାତ୍ରା

ଯାଜପୁର(କେନ୍ଯୁଜ୍) : ଆଜି ଶକ୍ତି ପିଠରେ ମହା ନବମୀ ପୂଜା । ଯାଜପୁର କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ଆଜି ମହାନବମୀ ପୂଜା । ଆଜି ଶେଷ ହେବ ମାଆ ବିରଜାଙ୍କ ରଥଯାତ୍ରା । ଶକ୍ତି ପୀରେ ଦେବୀଙ୍କ ରଥଯାତ୍ରା ଏକ ଅନନ୍ଯ ପରମ୍ପରା, ଯାହା ସାରା ବିଶ୍ବରେ ଅନ୍ଯ କେଉଁଠି ଦେଖାଯାଏନାହିଁ । ଆଶ୍ବିନ ମାସ ଶୁକ୍ଳପକ୍ଷ ପ୍ରତିପଦ ଠାରୁ ମାହାନବମୀ ପର୍ଯ୍ଯନ୍ତ ନଅଦିନ ବ୍ଯାପି ବରଜା ଦେବୀଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ପ୍ରତିଦିନ ଅପରାହ୍ନରେ ନିତ୍ଯପୂଜାପରେ ରଥ ଉପରେ ପୂଜାପରେ ମାଆଙ୍କର ରଥ ଟଣାଯାଏ । ମାଆଙ୍କର ରଥ ମନ୍ଦିର ବେଢା ପରିକ୍ରମା କରି ଶିଙ୍ଘଦ୍ବାର ସମ୍ମୁଖରେ ଲାଗିଥାଏ ।

rathaଏହି ରଥର ଉଚ୍ଚତା ୪୫ହାତ,୧୨ ଆଙ୍ଗୁଳି । ଦୈର୍ଘ୍ଯ ୧୪ହାତ ୪ ଆଙ୍ଗୁଳି ଏବଂ ପ୍ରସ୍ଥ ୧୧ହାତ ୯ ଆଙ୍ଗୁଳି । ଏହାର ଚକ ସଂଖ୍ଯା ୧୨ ଏବଂ ଏଥିରେ ୬ଟି ଅଖ ଓ ୨୪ଟି ଧାରଣା ଏବଂ ୬୪ଟି ଖୁଣ୍ଟି ରହିଥାଏ । ଏଥିରେ ସମୁଦାୟ ୧୦୨୮ଖଣ୍ଡ କାଠ ବ୍ଯବହ୍ରୁତ ହୋଇଥାଏ ରଥ ନିର୍ମାଣରେ । ରଥ ନିର୍ମାଣ କାର୍ଯ୍ଯ ସୁନିଆ ପର୍ବଠାରୁ ଆରମ୍ଭ ହୁଏ ।

banakମହାଳୟା ଅମାବାସ୍ଯାରେ ରଥର ଅଧିବାସ ଓ ପତିପଦ ତିଥିରେ ପ୍ରତିଷ୍ଠା କର୍ମ କରାଯାଏ । ରଥ ବେଦୀରେ ଯଜ୍ଞନୁଷ୍ଠାନ ଆଦି କର୍ମ ପରେ ରଥ ସମର୍ପଣ କରାଯାଇଥାଏ । ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ସିଙ୍ଘାସନରୁ ଆସି ରଥାରୁଢ ହୁଅନ୍ତି ଏବଂ ୯ ଦିନ ପର୍ଯ୍ଯନ୍ତ ରଥ ଉପରେ ରୁହନ୍ତି । ପ୍ରତିଦିନ ରଥରେ ତାଙ୍କର ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ ଏବଂ ଅପରାହ୍ନରେ ରଥଟଣା ଯାଏ । ଆଜି ମାଆଙ୍କ ରଥଯାତ୍ରା ଶେଷ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.