ସମ୍ବଲପୁର: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଦାୟର ହୋଇଛି । ସମ୍ବଲପୁରର କିସିଣ୍ଡା ଥାନା ଉପରମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ଏନେଇ ପ୍ରତାରଣା ଦେଇଥିବା ଯୁବକଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଛି। ରେଢାଖୋଲ ଥାନା ସାମପୁର ଗାଁର ବସନ୍ତ ସାହୁ ନାମକ ଯୁବକ ନାବାଳିକାକୁ ରେଢାଖୋଲ ଆଣି ଏକ ଭଡ଼ା ଘରେ ରଖିଥିଲେ। ପରେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ପରେ ନାବାଳିକା ଜଣକ ବିବାହ ପାଇଁ କହିବାରୁ ଯୁବକ ଜଣକ ମନା କରିଥିଲେ। ନାବାଳିକା ଜଣକର ରେଢାଖୋଲ ଥାନାକୁ ମାମଲା ରୁଜୁ ପାଇଁ ଯାଇଥିବା ବେଳେ ତାଙ୍କୁ କିସିଣ୍ଡା ଥାନାରେ ମାମଲା ରୁଜୁ କରିବାକୁ ଥାନାଧିକାରୀ କହିଥିଲେ। କିସିଣ୍ଡା ଥାନାରେ କେସ ରୁଜୁ କରାଯାଇ ରେଢାଖୋଲ ଥାନାରେ ଝିଅକୁ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତ ଯୁବକ ଫେରାର୍ ଅଛି।