‘ଦ କପିଲ ଶର୍ମା ଶୋ’ଦେଖି ହସି ହସି ଗଡ଼ୁଛନ୍ତି ଆପଣ, ଜାଣନ୍ତି କି ଏହି କଳାକାରଙ୍କୁ ପ୍ରତି ଏପିସୋଡରେ ମିଳୁଛି କେତେ ଟଙ୍କା

‘ଦ କପିଲ ଶର୍ମା ଶୋ’ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ହିଟ୍ କମେଡି ଶୋ। କରୋନା ସଂକ୍ରମଣ ଯୋଗୁଁ ଏବେ ଶୋକୁ କୌଣସି ଦର୍ଶକ ଆସୁନାହାନ୍ତି। କିନ୍ତୁ ଶୋରେ ଜୋରଦାର କମେଡି ଦେଖିବାକୁ ମିଳୁଛି। ଏହି ଶୋର ସମସ୍ତ କଳାକାର ହସାଇବାରେ ଉସ୍ତାଦ । ତେଣୁ ଘରେ ବସି ବି ଦର୍ଶକେ ଏହାର ମଜା ଉଠାଉଛନ୍ତି। ଏଥିରେ କପିଲ ଶର୍ମା, ଭାରତୀ ସିଂ, କ୍ରିଷ୍ଣା ଅଭିଷେକ, ସୁମୋନା ଚକ୍ରବର୍ତ୍ତୀଙ୍କ ସମେତ ଅନେକ କଳାକାରଙ୍କ କମେଡି ଯୋଗୁଁ ଶୋ’ କୁ ଏତେ ଲୋକପ୍ରିୟତା ମିଳିଛି। କିନ୍ତୁ ଆପଣ ଜାଣନ୍ତି କି, ଏଥିରେ ଥିବା କଳାକାର କେତେ ପଇସା ରୋଜଗାର କରନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି…

କପିଲ ଶର୍ମା : କପିଲ ନିଜର କମେଡି ଏବଂ ମଜାଳିଆ ସ୍ବଭାବ ଯୋଗୁଁ ବେଶ ପରିଚିତ। ତାଙ୍କ ଶୋ’କୁ ଆସିବାକୁ ବଲିଉଡ ସେଲିବ୍ରିଟି ମଧ୍ୟ ଉତ୍ସାହିତ ରହିଥାନ୍ତି। କପିଲ ଗୋଟେ ଏପିସୋଡକୁ ୧ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି ବୋଲି ଶୁଣିବାକୁ ମିଳିଛି।

kapil-sharma

କ୍ରିଷ୍ଣା ଅଭିଷେକ : କ୍ରିଷ୍ଣା ଏଥିରେ ଜଣେ ଯୁବତୀ ସପନା(ଯିଏକି ବିୟୁଟ ପାର୍ଲର ଚଲାନ୍ତି) ଭୂମିକାରେ ନଜର ଆସନ୍ତି। ତାଙ୍କ କଥାରେ ହସି ହସି ବେଦମ ହୁଅନ୍ତି ଦର୍ଶକେ। ଖବର ମୁତାବକ, କ୍ରିଷ୍ଣା ଗୋଟେ ଏପିସୋଡ ପାଇଁ ୧୦-୧୨ ଲକ୍ଷ ଟଙ୍କା ନିଅନ୍ତି।

ଚନ୍ଦନ ପ୍ରଭାକର(ଚନ୍ଦୁ) : ଏହି ଶୋ’ରେ ଚାଏବାଲା ଭୂମିକାରେ ନଜର ଆସନ୍ତି ଚନ୍ଦନ ପ୍ରଭାକର। ଇଂଜିନିୟରିଂ ପଢିଥିବା ଚନ୍ଦନ ଗୋଟେ ଏପିସୋଡକୁ ୭ ଲକ୍ଷ ଟଙ୍କା ନିଅନ୍ତି।

ଭାରତୀ : ଭାରତୀଙ୍କୁ କିଏ ବା ନ ଜାଣେ। ତାଙ୍କ କମେଡି ଅନ୍ଦାଜ ଯୋଗୁଁ ସେ ଘରେ ଘରେ ପରିଚିତ। ଶୋ’ରେ ଜଣେ ବିବାହିତା ମହିଳା ଭୂମିକାରେ ନଜର ଆସନ୍ତି ଭାରତୀ। ଶୋ’ରେ ମାତ୍ର ୫ ମିନିଟ୍ କିମ୍ବା ୭ ମିନିଟ୍ ପରଫରମାନ୍ସ ଦେଉଥିବା ଭାରତୀ ସପ୍ତାହକୁ ୧୦-୧୨ ଲକ୍ଷ ଟଙ୍କା ନିଅନ୍ତି।

Bharati Singh

ସୁମୋନା ଚକ୍ରବର୍ତ୍ତୀ : ସୁମୋନା ଏଥିରେ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସନ୍ତି। ପ୍ରତି ୱିକେଣ୍ଡରେ ସୁମୋନା ୬ରୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ ନିଅନ୍ତି ବୋଲି ଖବର ରହିଛି।

କିକୁ ସାରଦା: ଶୋ’ରେ ବଚା ଯାଦବ ଭୂମିକା କରନ୍ତି କିକୁ ସାରଦା। ତାଙ୍କର ଜୋକ୍ସ ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇଥାଏ । କିନ୍ତୁ ପ୍ରତି ଏପିସୋଡକୁ ୬ରୁ ୭ ଲକ୍ଷ ଟଙ୍କା ନିଅନ୍ତି ସେ ।

ଅର୍ଚ୍ଚନା ପୂରନ ସିଂ: ନବଜୋତ ସିଂ ସିଦ୍ଧୁଙ୍କୁ ଶୋରେ ରିପ୍ଲେସ କରିଥିଲେ ଅର୍ଚ୍ଚନା ପୂରନ ସିଂ। ଶୋ’ରେ ପ୍ରତିଟି ମଜା କଥାରେ ଠୋ ଠୋ କରି ହସନ୍ତି। କପିଲ ମଧ୍ୟ ସବୁବେଳେ ଅର୍ଚ୍ଚନାଙ୍କୁ ସିଦ୍ଧୁଙ୍କ ରିପ୍ଲେସ କରିଥିବା ପାଇଁ ଗୋଡ ଟାଣନ୍ତି। ତେବେ ପ୍ରତି ଏପିସୋଡକୁ ୧୦ ଲକ୍ଷ ଟଙ୍କା ନିଅନ୍ତି ଅର୍ଚ୍ଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.