ଲୋକପ୍ରିୟ ବଙ୍ଗଳା ଅଭିନେତା ମନୁ ମୁଖାର୍ଜୀଙ୍କ ଦେହାନ୍ତ, ଟ୍ୱିଟ କରି ମମତା ବାନାର୍ଜୀ ଜଣାଇଲେ ସମବେଦନା

ଲୋକପ୍ରିୟ ବଙ୍ଗୀୟ ଅଭିନେତା ମନୁ ମୁଖାର୍ଜୀଙ୍କ 90 ବର୍ଷ ବୟସରେ ଦେହାନ୍ତ । ଆଜି କୋଲକାତାରେ ବାସଭବନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କ ପରିବାର ସୂଚନା ଦେଇଛନ୍ତି।

ମନୁ ମୁଖାର୍ଜୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଗତ କିଛି ସପ୍ତାହ ହେଲା ସେ ଭଲ ନଥିଲେ। 15 ନଭେମ୍ବରରେ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତ ହେବାପରେ ସେ ଆହୁରି ହତାଶ ହୋଇଥିଲେ। ସୂଚନା ଅନୁଯାୟୀ ସେ ସୌମିତ୍ର ମୁଖାର୍ଜୀଙ୍କ ସହ ଅନେକ ପ୍ରଖ୍ୟାତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମନୁ ମୁଖାର୍ଜୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ମମତା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ମନୁ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


ମନୁ ମୁଖାର୍ଜୀ 1 ମାର୍ଚ୍ଚ 1930 ରେ ଜନ୍ମଗ୍ରହଣ କରିଥିଲେ। ସେ ଶେଷ ଦିନ ପର୍ଯ୍ୟନ୍ତ ଥିଏଟର, ଟେଲିଭିଜନ ଏବଂ ସିନେମାରେ କାର୍ଯ୍ୟ କରିଥିଲେ। ସେ ଅନେକ ୱେବ୍ ସିରିଜ୍ ରେ ମଧ୍ୟ କାମ କରିଛନ୍ତି । ମନୁ, ସତ୍ୟଜିତ୍ ରୟ ଏବଂ ଶ୍ରୀନାଲ ସେନ୍ଙ୍କ ପରି ଜଣାଶୁଣା ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ କାମ କରିଥିଲେ। ସେ ଶ୍ରୀନାଲ ସେନଙ୍କ ‘ନୀଲ ଆକାଶ ନିକ୍କେ’ରେ ଡେବ୍ୟୁ କରିଥିଲେ।

Leave A Reply

Your email address will not be published.