ରେକର୍ଡ ଭାଙ୍ଗିଲା ପେଟ୍ରୋଲ୍‌ ଦର : ୮୪ ଟଙ୍କା ଟପିଲା ଦାମ୍‌, ଡିଜେଲ ବି ପଛରେ ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାଳକଙ୍କୁ ଚିନ୍ତାରେ ପକାଇଛି ତୈଳ ଦର। ଏବେ ଗାଡି ଚାଳକଙ୍କୁ ଘାରିଲା ପେଟ୍ରୋଲ ଡିଜେଲ ଦାମ୍‌। ଗତ ୧୬ ଦିନରେ ୧୪ ଥର ବଢ଼ି ପେଟ୍ରୋଲ ଲିଟର ପିଛା ଟପିଲା ୮୪ ଟଙ୍କାକୁ। ଡିଜେଲ ଦରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଡିଜେଲ ପ୍ରତି ଲିଟର ପିଛା ୮୦ ଟଙ୍କା ପାର କରିଛି। ଫଳରେ ଚିନ୍ତାରେ ଖାଉଟି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରହିଛି ୮୪ ଟଙ୍କା ୦୪ ପଇସା। ସେହିପରି ପ୍ରତି ଲିଟର ପିଛା ୮୦.୧୭ ଟଙ୍କା ରହିଛି ଡିଜେଲ।

 ଓଡ଼ିଶାର ପେଟ୍ରୋଲ୍‌ ଦର ଜାଣନ୍ତୁ

PETROL PRICE

 ଓଡ଼ିଶାର ଡିଜେଲ ଦାମ୍‌ ଜାଣନ୍ତୁ

DESIEL PRICE

ଟିକସ କମାଇବାକୁ ପେଟ୍ରୋଲିୟମ ବ୍ୟବସାୟୀ ସଂଘର ଆହ୍ଵାନ୍‌। ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧିର ପ୍ରଭାବ ପଡୁଛି ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗୋଟିଏ ଦିନରେ ପେଟ୍ରୋଲ ୨୮ ପଇସା ବଢ଼ିଛି। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ରହିଛି ୯୦ ଟଙ୍କା ୫ ପଇସା। ଯେବେକି ଦିଲ୍ଲୀରେ ୮୩ ଟଙ୍କା ୪୧ ପଇସା ରହିଛି ପେଟ୍ରୋଲ। ସେହିପରି ଡିଜେଲ ୨୯ ପଇସା ବଢ଼ି ୭୩ ଟଙ୍କା ୬୧ ପଇସାରେ ପହଁଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.