ବାୟୁସେନାର ପୋଷାକ ପିନ୍ଧି ଏକେ ଭର୍ସେସ୍ ମୁଭିରେ ଅପତ୍ତିଜନକ ଶଦ୍ଦ ବ୍ୟବହାର କରିବା ନେଇ ଅନିଲ କପୁରଙ୍କୁ ବିରୋଧ, ସେନା କହିଲା ଏମିତି କଥା

କେନ୍ୟୁଜ୍(ବ୍ୟୁରୋ):  ଅନୀଲ କପୁର ବନାମ ଇଣ୍ଡିଆନ୍‌ ଏୟାରଫୋର୍ସ । ବଲିଉଡ ଅଭିନେତା ଅନୀଲ କପୁରଙ୍କ ଆଗାମୀ ଫିଲ୍ମ ଏକେ ଭର୍ସେସ୍‌ ଏକେକୁ ନେଇ ବାୟୁସେନାର ଆପତ୍ତି । ସିନେମାରେ ବାୟୁସେନାର ୟୁନିଫର୍ମକୁ ଠିକ ଭାବେ ନପିନ୍ଧିବା ଓ ଆପତ୍ତିଜନକ ଶବ୍ଦର ବ୍ୟବହାର ନେଇ ବାୟୁସେନା ପକ୍ଷରୁ ବିରୋଧ କରାଯାଇଛି ।

ଏଭଳି ସିନ୍‌କୁ ତୁରନ୍ତ ହଟାଇବାକୁ ଦାବି ହୋଇଛି । ଆଗକୁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ଏକେ ଭର୍ସେସ୍‌ ଏକେ । ତାପୂର୍ବରୁ ଗତ ୭ ତାରିଖରେ ଟ୍ରେଲର ଆସିଥିଲା । ଏବେ ଫିଲ୍ମକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର ଲିଡ ରୋଲରେ ଅଛନ୍ତି ଅନୀଲ କପୁର ଓ ଅଭିନବ କଶ୍ୟପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.