ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ବିଷ୍ଫୋରଣ ଏତେ ବଡ ଥିଲା ଯେ ଭୟରେ ଦୌଡିଲେ ଅଗ୍ନିଶମ ବାହିନୀ ଦେଖନ୍ତୁ

ଋଷ୍‌ରେ ଏକ ବାଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲା, ଯାହାଦ୍ୱାରା ରାତି ସାରା ଢ଼ୋ ଢ଼ା ଶବ୍ଦରେ କମ୍ପି ଉଠିଲା ପୂରା ସହର। ଏହି ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଇଣ୍ଟରନେଟରେ ଲୋକମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହେଉଛନ୍ତି। କାହିଁକିନା ନିଆଁର ପ୍ରକୋପ ଏତେ ଥିଲା ଯେ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଘଟଣା ଘଟିଛି ଦକ୍ଷିଣ ଋଷର ବନ୍ଦରଗାହ ସହର ରୋସ୍ତବ-ଅନ-ଡନରେ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଆକାଶରେ ଆତଶବାଜୀ ହେଉଛି। ଏହି ବାଣ ବିଷ୍ଫୋରଣ ଏତେ ଅଧିକ ହେଉଛି ଯେ ଦମକଳ ବାହିନୀ ମଧ୍ୟ ଭୟରେ ଦୌଡି ପଳାଇଲେ। ବାଣ ଫୁଟି ତାର ଅଂଶବିଶେଷ ସବୁ ଇଆଡେ ସିଆଡେ ପଡୁଥିଲା।

ଋଷର ଆପାତକାଳୀନ ସ୍ଥିତି ମନ୍ତ୍ରାଳୟ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘଟଣାର ଫଟୋ ପୋଷ୍ଟ କରି ସ୍ଥାନୀୟ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଯାହା ସୂଚନା ରହିଛି ବିଜୁଳି ହିଟ୍‌ ହେବା କାରଣରୁ ନିଆଁ ଲାଗିଗଲା। ଯେଉଁ କାରଣରୁ ନିଆଁ ଦୁଇ ମହଲା କୋଠା ବିଶିଷ୍ଟ ବାଣ ଫ୍ୟାକ୍ଟ୍ରିରେ ଲାଗିଗଲା। ନୂଆବର୍ଷ ପାଇଁ ବହୁତ ବାଣ ଥିବା ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.