କୋଭିଡ୍‌ ଟେଷ୍ଟ ସମୟରେ ଭୟରେ ଥରିଲେ ଆକ୍ଟ୍ରେସ୍‌ ଉର୍ବଶୀ ରୌତେଲା, ତାଙ୍କ ଅବସ୍ଥା ଦେଖି ହସିବାକୁ ଲାଗିଲେ ସ୍ୱାସ୍ଥ୍ୟକର୍ମୀ

କୋଭିଡ୍‌ ୧୯ ମହାମାରୀର ପ୍ରକୋପ ସାରା ଦୁନଆରେ ଘାରିଛି ଏବଂ ଅନେକ ଲୋକ ଏଥିରେ ସଂକ୍ରମିତ ମଧ୍ୟ ହେଉଛନ୍ତି। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ପଯ୍ୟର୍ନ୍ତ ସମସ୍ତେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି। ବଲିଉଡ କଳାକାର ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି ଏବଂ ଖୁବ୍‌ ସାବଧାନରେ ମଧ୍ୟ ରହୁଛନ୍ତି।

ତେବେ ଏହାରି ଭିତରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ସ୍ୱାସ୍ଥ୍ୟକର୍ମୀ ଉର୍ବଶୀଙ୍କ ନାକରୁ ସ୍ୱାବ ନେଉଛନ୍ତି। କିନ୍ତୁ ଆକ୍ଟ୍ରେସ ଏସବୁ ଦେଖି ଡରିଯାଉଥିବା ନଜର ଆସୁଛନ୍ତି।

ଉର୍ବଶୀ ରୌତେଲାଙ୍କ ଏହି ଭିଡିଓ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଏଥିରେ ସେ ଛୋଟ ପିଲା ଯେପରି ଇଞ୍ଜେକସନ୍‌ ନେବା ସମୟରେ ଭୟ କରିନ୍ତି ଠିକ ସେମିତି ସେ ମଧ୍ୟ ଏଥିରେ ହେଉଥିବା ଦେଖିବାକୁ ମିଳୁଛି। ଉର୍ବଶୀ କରୋନା ଭାଇରସ୍‌ ଠାରୁ ନିଜକୁ ଦୁରେଇ ରଖିବାକୁ ଟେଷ୍ଟ କରୁଥିଲେ କିନ୍ତୁ ସ୍ୱାଦ ନେବା ବେଳେ ସେ ଏକଦମ୍‌ ଭୟ କରିଯାଉଛନ୍ତି। ଆପଣ ବି ଦେଖନ୍ତୁ ଉର୍ବଶୀଙ୍କର ଏହି ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.