Below header

ପୁଣି ରେକର୍ଡ଼ ଛୁଇଁଲା ସେନସେକ୍ସ, ଟପିଗଲା ୪୬ ହଜାର ପଏଣ୍ଟ

ମୁମ୍ବାଇ : ସେୟାର ମାର୍କେଟ୍‌ ଏବେ ଜୋର୍‌ ଧରିଛି । ରେକର୍ଡ଼ ପରେ ରେକର୍ଡ଼ କରୁଛି । ଆଜି ସେନସେକ୍ସରେ ୪୯୪.୯୯ ପଏଣ୍ଟ ବୃଦ୍ଧି ଘଟି ୪୬ ହଜାର ୧୦୩.୫୦ ପଏଣ୍ଟରେ ପହଞ୍ଚିଛି । ଯାହା ଏକ ନୂଆ ରେକର୍ଡ଼ । ସେହିପରି ନିଫଟି ୧୩୬.୧୫ ପଏଣ୍ଟ ବଢ଼ି ୧୩ ହଜାର ୫୨୯.୧୦ ପଏଣ୍ଟରେ ପହଞ୍ଚିଛି । ଗତ ଚାରି ଦିନ ଧରି ସେନସେକ୍ସ ଲଗାତର ଭାବେ ବଢ଼ି ଚାଲିଛି । ଯାହାଫଳରେ ନିବେଶକମାନେ ଭଲ ଲାଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.