Below header

କାଟିବା ଝିନଝଟ୍‌ ହେବ ଦୂର, ମିନିଟରେ ପ୍ରସ୍ତୁତ କରନ୍ତୁ ପାମ୍ପଡ ରାଇତା

ଆପଣ ବୁନ୍ଦି, କାକୁଡି ଏବଂ ଗାଜର ରାଇତାର ସ୍ୱାଦ ନିଶ୍ଚୟ ଚାଖିଥିବେ। ଆଉ ଏହା ଖାଇ ଖାଇ ଆପଣ ଚିନ୍ତା କରୁଛନ୍ତି କିଛି ନୂଆ କରିବାକୁ, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଷ୍ଟାଇଲ ନୂଆ ସ୍ୱାଦର ରାଇତା ନେଇ ଆସିଛୁ। ଯାହାକୁ ପ୍ରସ୍ତୁତ କରିବା ବହୁତ ସହଜ, ଆଉ ଅତିଥିଙ୍କୁ ପରଷିବାକୁ ବହୁତ କମ୍‌ ସମୟ ଲାଗିବ। ଆଜି ଆମେ ଆପଣଙ୍କ ପାଇଁ ପାମ୍ପଡ ରାଇତା ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଫେଣ୍ଟା ହୋଇଥିବା ଦହି – ଅଧା କିଲୋ
  • ଭଜା ହୋଇଥିବା ପାମ୍ପଡ – ୩ଟି
  • ଜୀରା ପାଉଡର – ୧/୨ ଚାମଚ
  • ଗୋଲ ମରୀଚ ପାଉଡର – ୧/୨ ଚାମଚ
  • କଟା ଧନିଆ ପତ୍ର – ୪ ଚାମଚ
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଦହି ଢ଼ାଳି ଭଲଭାବେ ଫେଣ୍ଟି ଦିଅନ୍ତୁ ।ଦହିରେ ଜୀରା ପାଉଡର, ଗୋଲମରୀଚ ପାଉଡର ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ। ଦୁଇ ଘଣ୍ଟା ପାଇଁ ଏହାକୁ ଫ୍ରିଜରେ ରଖିଦିଅନ୍ତୁ ।ସର୍ଭ କରିବାର କିଛି ସମୟ ପୂର୍ବରୁ ଦହିରେ ଫ୍ରିଜରୁ ଦହିକୁ ବାହାର କରି ସେଥିରେ କଟା ଧନିଆ ପତ୍ର ଏବଂ ପାମ୍ପଡକୁ ଛୋଟ ଛୋଟ କରି ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାମ୍ପଡ ରାଇତା। ଏହାକୁ ଖାଇବାବେଳେ ସର୍ଭ କରନ୍ତୁ ।ଦେଖିବେ ବହୁତ ପସନ୍ଦ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.