ପପୁଲାର କୋରିଓଗ୍ରାଫର ରେମୋ ଡିସୁଜା ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ କିଛି ଦିନ ପୂର୍ବରୁ ହାର୍ଟ ଆଟାକର ଶିକାର ହେବା ପରେ ତାଙ୍କୁ କୋକିଲାବେନ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ତାଙ୍କର ଚିକିତ୍ସା ଜାରି ରହିଛି। ରୋମୋଙ୍କର ଆଇସିୟୁରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କ ଫ୍ୟାନ୍ସ ଏକଦମ୍ ସ୍ତବ୍ଧ ହୋଇଯାଇଥିଲେ। ଏବଂ ତାଙ୍କର ପ୍ରିୟ ରେମୋ ସାରଙ୍କ ପାଇଁ ଆରୋଗ୍ୟ କାମନା କରୁଥିଲେ।
ତେବେ ରେମୋ ଡିସୌଜାଙ୍କ ସ୍ତ୍ରୀ ଲିଜେଲ ଲଗାତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଆସୁଛନ୍ତି। ଏବେ ଲିଜେଲ ରେମୋଙ୍କ ଫ୍ୟାନ୍ସ ପାଇଁ ଏକ ଆସ୍ୱସ୍ତିକର ଭିଡିଓ ସେୟାର କରିଛନ୍ତି। ଯେଉଁ ଭିଡିଓରେ ଆପଣ ରେମୋଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିପାରିବେ।
ଲିଜେଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ତାଙ୍କ ସ୍ୱାମୀ ରୋମୋ ଡିସୌଜା ଯେବେଠାରୁ ହସପିଟାଲରେ ଭର୍ତ୍ତି ହେଲେ ସେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଫ୍ୟାନ୍ସଙ୍କୁ ଅପଡେଟ କରୁଛନ୍ତି। ଲିଜେଲ ନିଜର ଅଫିସିଆଲ ଇନଷ୍ଟାଗାମ ଆକାଉଣ୍ଟରେ ରେମୋକଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଦେଖିବା ପରେ ରେମୋଙ୍କ ଫ୍ୟାନ୍ସଙ୍କ ମୁହଁରେ ହସ ଦେଖିବାକୁ ମିଳିବ।
ଲିଜେଲ ଡିସୌଜା ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ରେମୋ ହସପିଟାଲରେ ଅଛନ୍ତି। ଏବଂ ପାଦରେ ଡ୍ୟାନ୍ସ ଷ୍ଟେପ କରୁଛନ୍ତି। ଭିଡିଓରେ କେବଳ ରେମୋଙ୍କର ପାଦ ହିଁ ଦେଖାଯାଉଛି। ଯେଉଁଥିରେ ସେ ପାଦରେ ବଢ଼ିଆ ଭାବରେ ଡ୍ୟାନ୍ସ ଷ୍ଟେପ କରୁଛନ୍ତି। ଭିଡିଓକୁ ପୋଷ୍ଟ କରି ଲିଜେଲ ଡିସୌଜା ରେମୋଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।
View this post on Instagram