ଗଞ୍ଜାମ (କେନ୍ୟୁଜ) : ପୁଣି ମଦ ପିଇ ଭୁଲିଗଲେ ମାନବିକତା, ଭିନ୍ନକ୍ଷମ ଯୁବତୀଙ୍କୁ ଉଠାଇ ନେଇ କରୁଥିଲେ ଅସଦାଚରଣ । ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଗଙ୍ଗାପୁର ଶାସନରେ ଘଟିଛି ଏଭଳି ଘଟଣା। ନବତ୍ନପୁର ଗାଁର ଜଣେ ଅସାମାଜିକ ଯୁବକ ସେହି ଗାଁର ଭିନ୍ନକ୍ଷମ ଯୁବତୀଙ୍କୁ ଅପହରଣ କରି ନେଇ ଆସିଥିଲା, ତା ସହ ଅସଦାଚରଣ କରିବା ବେଳେ ଗାଁ ଲୋକେ ଦେଖି ଦେଲେ । ସଙ୍ଗେ ସଙ୍ଗେ ଯୁବତୀଙ୍କୁ ଉଦ୍ଧାର କରିନେଲେ।
ଆଉ ଏହା ପରେ ଆରମ୍ଭ ହେଲା ସ୍ପଟ୍ରେ ଫଇସଲା । ଗାଁ ଲୋକ ଏକାଠି ହୋଇ ଯୁବକକୁ ବହେ ଛେଚିଲେ । ଅଧା ଲଣ୍ଡା କରି ଚପଲ ମାଳ ପିନ୍ଧାଇ ଦେଲେ। ପରେ ପୋଲିସ୍ କୁ ଖବର ଦେଇ ଯାହା ସବୁ ଦେଖିଥିଲେ ସାକ୍ଷୀ ବି ଦେଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଯୁବକକୁ ଥାନାକୁ ନେଇ ପଚରା ଉଚରା କରିଛି।
ଗଲା କିଛି ଦିନ ହେଲାଣି ଅପହରଣ ବଳାତ୍କାର ଭଳି ଘଟଣା ବଢ଼ି ବଢ଼ି ଚାଲିଛି । ପ୍ରତିଦିନ କେହି ନା କେହି ଅପହରଣ ଓ ଅସଦାଚରଣର ଶିକାର ହେଉଛନ୍ତି। ଗାଁ ହେଉ କି ସହର ସବୁଠି ସମାନ ସ୍ଥିତି। ତେବେ ନବତ୍ନପୁର ଗାଁ ଲୋକେ ନିକଟରେ ଥିବା ମଦ ଦୋକାନକୁ ଏଥିପାଇଁ ଦାୟୀ କରୁଛନ୍ତି । କାରଣ କିଛି ବି ଥାଉ ନା କାହିଁକି ତାର କୁପ୍ରଭାବର ଶିକାର ହେଉଛନ୍ତି ମହିଳାମାନେ । ଆଉ ଏଠି ତ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଅଦାଚରଣ କରିବାର ବଡ଼ ପାପ କରିଛି ଯୁବକ ଜଣକ ।
ଯଦି ଆପଣଙ୍କ ନଜରରେ ଏଭଳି କୌଣସି ମହିଳା ଆସନ୍ତି ତେବେ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଜଣାନ୍ତୁ । ଏମାନଙ୍କୁ ଥଇଥାନ ପାଇଁ ସମସ୍ତେ ହାତ ବଢାଇବା ଦରକାର୍। ତା ସହ ପ୍ରଶାସନ ଏଥିପ୍ରତି ଦୃଷ୍ଟିକୁ ଶାଣିତ କରିବା ନିହାତି ଆବଶ୍ୟକ । ଏହାକୁ ଦେଖିବା ପରେ ଆପଣ ବି ନିଜ ସ୍ୱର ଉଠାନ୍ତୁ, କାଲି ଯେମିତି କୌଣସି ଅସାମାଜିକ ଯୁବକ ପାଇଁ କାହାର ଇଜ୍ଜତ ଚାଲି ନଯାଉ । ସେ ଜଣେ ସାଧାରଣ କିମ୍ବା ମାନସିକ ଭାରସାମ୍ୟ ହରାଇଥିବା ମହିଳା ହେଉ । କାରଣ ସମାଜରେ ସମସ୍ତଙ୍କର ସମାନ ଭାବେ ବଞ୍ଚିବାର ଅଧିକାର ରହିଛି ।