ବାଙ୍କୀ : କଟକ ବାଙ୍କୀ ଏନ୍ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତି । ଅଭିଯୋଗ ପାଇ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରଥମେ ବାଙ୍କୀ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ପରେ ଅପରାହ୍ନରେ ବାଙ୍କୀ ଏନ୍ଏସିର ନିର୍ବାହୀଅଧିକାରୀଙ୍କୁ ସାକ୍ଷାତ କରିବାକୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଘଣ୍ଟେ କାଳ ଅପେକ୍ଷା କରିଥିଲେ ମଧ୍ୟ କେହି ନଆସିବାରୁ ଉପଜିଲ୍ଲାପାଙ୍କୁ ଜଣାଇବା ସହ ବାଙ୍କୀ ଥାନାକୁ ଖବର ଦେଇଥିଲେ । କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦେବାଶିଷ ପଟନାୟକ ଦାବି କରିଥିଲେ ।