Below header

ସବୁଠୁ ବଡ ମହଲରେ ହେବାକୁ ଯାଉଛି ପ୍ରିୟଙ୍କା ଏବଂ ନିକଙ୍କ ବିବାହ, ରାଜକୀୟ ଢ଼ଙ୍ଗରେ ହେବ ଅତିଥିଙ୍କ ସ୍ବାଗତ

ପ୍ରିୟଙ୍କା ପୁଣି ଥରେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସି ଯାଇଛନ୍ତି ନିକ ପ୍ରିୟଙ୍କାକୁ ତାଙ୍କ ବାର୍ଥଡେରେ ପ୍ରପୋଜ କରିଥିଲେ ଏବଂ ତାଙ୍କୁ ରିଂ ପିନ୍ଧାଇଥିଲେ। ଏହାର ସୂଚନା ପରିଣୀତି ଚୋପ୍ରା ଏକ ଇଣ୍ଟର୍ଭ୍ୟୁରେ ଦେଇଥିଲେ। ଏହା ପରେ ମୁମ୍ବାଇ ଆସି ପ୍ରିୟଙ୍କା ରୋକା ସେରେମୋନି ମଧ୍ୟ କରିଥିଲେ। ଯେଉଁଥିରେ ନିକ ଏବଂ ପ୍ରିୟକାଙ୍କ ପେରେଣ୍ଟସ ମଧ୍ୟ ସାମିଲ ଥିଲେ।

priyankaଏବେ ଖବର ଜଣାପଡୁଛି ଯେ ପ୍ରିୟଙ୍କା ଏବଂ ନିକଙ୍କର ବିବାହର ଡେଟ ଫିକ୍ସ ହୋଇଯାଇଛି। ଡିସେମ୍ବର ୨ରେ ପ୍ରିୟଙ୍କା – ନିକ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି। ବିବାହ ସମାରୋହ ୩ ଦିନ ପର୍ଯ୍ଯନ୍ତ ୩୦ ନଭେମ୍ବର ରୁ ୨ ଡିସେମ୍ବର ପର୍ଯ୍ଯନ୍ତ ଚାଲିବ। ସୂଚନା ଅଛି ଯେ ବିବାହା ପାଇଁ ରାଜସ୍ଥାନର ଆଲିସାନ ହୋଟେଲ ଉମେଦ ଭବନ ପ୍ୟାଲେସକୁ ବୁକ କରାଯାଇଛି।

Umaid Bhawan Palace/Jodhpur/Indiaହୋଟେଲ ହୋଇଥିବା ଏହି ପ୍ୟାଲେସର ନାମ ବହୁ ଦିନ ଆଗରୁ ମହାରାଜା ଉମ୍ମେଦ ସିଂଙ୍କ ପୁତ୍ର ଦେଇଥିଲେ। ଏହି ହୋଟେଲ ସବୁଠୁ ବଡ ୬ ପ୍ରାଇଭେଟ ରେଜିଡେନ୍ସ ପ୍ୟାଲେସ ମଧ୍ୟ ଅଟେ। ଏଥିରେ ପ୍ରାୟ ୩୪୭ ରୁମ ରହିଛି। ଏହାକୁ ଚିତ୍ତର ପ୍ୟାଲେସ ମଧ୍ୟ କୁହାଯାଏ। ବର୍ତ୍ତମାନ ଏହା ଫାଇବ ଷ୍ଟାର ହୋଟେଲ ହୋଇଯାଇଛି।

ଏହା ସହ ପଢ଼ନ୍ତୁ : ୨୬ତମ ଜନ୍ମ ଦିନରେ ପ୍ରିୟଙ୍କାଙ୍କ ସହ ଷ୍ଟାଡିୟମରେ କେକ୍ କାଟିଲେ ଭାବୀ ସ୍ବାମୀ ନିକ୍ ଜୋନାସ୍

Jodhpur3ଏହି ପ୍ୟାଲେସ ପ୍ରାୟ ୨୬ ଏକର ଜମିରେ ନିର୍ମାଣ ହୋଇଛି। ଏହା ଯୋଧପୁର ରେଳ ଷ୍ଟେସନରୁ କିଛି ଦୂରତାରେ ରହିଛି। ଏହି ହୋଟେଲ ଭିତରେ ମିନି ବାର, ପୁଲ, ରେସ୍ତୋରାଁ ଏବଂ ଫିଟନେସ ସେଣ୍ଟର ସମେତ ଫାଷ୍ଟ କ୍ଲାସ ସୁବିଧା ମଧ୍ୟ ରହିଛି। ନିଜର ଅତିଥି ଚର୍ଚ୍ଚା ଏବଂ ନୂଆ ଶୈଳୀ କାରଣରୁ ଏହି ହୋଟେଲ ଟୁରିଷ୍ଟ ମାନଙ୍କର ପସନ୍ଦ ସ୍ଥାନ ହୋଇଛି।

hotelଏହାକୁ ମାରୱାଡିଙ୍କର ଶାନ ମଧ୍ୟ କହନ୍ତି। ଏହି ହୋଟେଲର ନିର୍ମାଣ ଭାରତ ସ୍ବାଧୀନ ହେବାର କିଛି ଦିନ ପୂର୍ବରୁ କରାଯାଇଥିଲା। ସୂଚନା ଅଛି ଯେ ଏହି ବିବାହରେ ବଲିଉଡ ଏବଂ ହଲିଉଡର ଅନେକ ବଡ କଳାକାର ମାନେ ଉପସ୍ଥିତ ରହିବେ। ବିବାହକୁ ନେଇ ପ୍ରିୟଙ୍କା ଏବଂ ନିକଙ୍କ ତରଫରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.