ସରିଲା ଦଶହରା, ମେଲାଣି ନେଉଛନ୍ତି ଜଗଜ୍ଜନନୀ ମା ଦୁର୍ଗା

ଭୁବନେଶ୍ବର(କେନ୍ଯୁଜ୍) : ମେଲାଣି ନେଉଛନ୍ତି ମ।’। ଜଗଜ୍ଜନନୀ ମା ଦୁର୍ଗାଙ୍କୁ ବିଦାୟ ଦେବାର ସମୟ । କଟକରେ ଗତକାଲି ରାତିରୁ ଆରମ୍ଭ ହୋଇ ଯାଇଛି ଭସାଣ ଉତ୍ସବ । ପାରଂପରିକ ବାଦ୍ୟର ତାଳେତାଳେ ଶୋଭାଯାତ୍ରାରେ ଆସି ମାଙ୍କ ମୂର୍ତ୍ତି ବିସର୍ଜନ କରାଯାଉଛି ।

durgaaଏପଟେ ରାଜଧାନୀରେ ୩ଟି ସ୍ଥାନରେ ଭସାଣ ଉତ୍ସବ ପାଳନ ହେବ । ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରେ ପାଳନ ହେବ ଭସାଣ ଉତ୍ସବ ସୁରକ୍ଷାକୁ ଆଖି ଆଗରେ ରଖି ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିସର୍ଜନ ପାଇଁ ୪ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରିଛି ବିଏମସି ।

riverକୁଆଖାଇ ନଦୀରେ ଦୁଇଟି ଅସ୍ଥାୟୀ  ପୋଖରୀ ହୋଇଥିବା ବେଳେ ଅନ୍ୟ ଦୁଇଟି ପାଣ୍ଡରା ଓ ଦୟା ନଦୀ କୂଳରେ ତିଆରି ହୋଇଛିା ସୁରୁଖୁରରେ ପୂଜା ପେଣ୍ଡାଲର କର୍ମକର୍ତ୍ତମାନେ ଯେଭଳି ଭାବେ ମାଆଙ୍କ ମୂର୍ତ୍ତିକୁ ବିସର୍ଜ୍ଜନ କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛିା ପୋଖରୀ ଚାରିପାଖରେ ଲାଇଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ବିସର୍ଜ୍ଜନ ହେଉଥିବା ମୂର୍ତ୍ତି ସବୁ ଯେଭଳି ନଦୀ ପାଣିରେ ନ ମିଶିପାରିବ ସେଥିପାଇଁ ବ୍ୟବସ୍ଥା ହୋଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.