Below header

ଭୁବନେଶ୍ୱରରେ ପହଞ୍ଚିଲା ଚଳଚ୍ଚିତ୍ର ନିର୍ମାତା ଅମୀୟ ରଂଜନ ପଟ୍ଟନାୟକଙ୍କ ମର ଶରୀର, ପୁରୀରେ ସଂପନ୍ନ ହେବ ଶେଷ କୃତ୍ୟ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱରରେ ପହଞ୍ଚିଛି ଚଳଚ୍ଚିତ୍ର ନିର୍ମାତା ଅମୀୟ ରଂଜନ ପଟ୍ଟନାୟକଙ୍କ ମର ଶରୀର । ଆଜି ପୁରୀରେ ଶେଷ କୃତ୍ୟ ସଂପନ୍ନ ହେବ । ବହୁ ମାନ୍ଯଗନ୍ଯ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି । ଗତକାଲି ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏକାଧିକ ସୁପରହିଟ୍‌ ଫିଲ୍ମର ନିର୍ମାତା ଥିଲେ ଅମୀୟ ପଟ୍ଟନାୟକ। ୧୯୮୫ରେ ପ୍ରଥମେ ଫିଲ୍ମ ମମତା ମାଗେ ମୂଲର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ଶେଷ ଫିଲ୍ମ ଥିଲା ତୁଳସୀ ଅପା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.