Below header

ଶେଷ ମୁହୂର୍ତ୍ତରେ ରାବଣ ବଞ୍ଚାଇଲେ ଅନେକ ଜୀବନ, ପଛରେ ଛାଡିଗଲେ ବିଧବା ମା’, ସ୍ତ୍ରୀ ଏବଂ ୮ ମାସର ସନ୍ତାନ

ଭୁବନେଶ୍ବର (କେନ୍ଯୁଜ୍) : ମୃତ୍ଯୁର ତାଣ୍ଡବ ରଚିଲା ଲୌହ ଦାନବ । ନେଇଗଲା ୬୦ରୁ ଅଧିକ ଜୀବନ । ଦଶହରା ପାଇଁ ଉତ୍ସବ ମୁଖର ଥିଲା ସାରା ଦେଶ । ହେଲେ ଏତିକି ବେଳେ କେଜାଣି କେଉଁଠୁ ମାଡ଼ି ଆସିଲା କଳା ବାଦଲ ଆଉ ମୁହୂର୍ତ୍ତକ ଭିତରେ ଭସେଇ ନେଲା ସବୁ ଖୁସି। ଭାଙ୍ଗି ଦେଇଗଲା କେତେ ଯେ ସଧବାଙ୍କ ଚୁଡି ଆଉ ବେସାହାରା କରିଦେଇଗଲା କେତେ ପରିବାରକୁ । କେଉଁଠି ବନ୍ଦ ହେଉନାହିଁ ମାଆ ଆଖିର ଲୁହ ତ, ଆଉ କେଉଁଠି ଆତ୍ମୀୟ ସ୍ବଜନଙ୍କ କୋହ ଭରା କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ ।

1 ଗତକାଲି ରାତିରେ ରାବଣପୋଡି ସମୟରେ ପଞ୍ଜାବ ଅମୃତସରରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାର କଥା ଲିଭୁନାହିଁ ମନରୁ । ଏହି ଦୁଃଖଦ ପରିସ୍ଥିତିକୁ ଆହୁରି ଭାବବିହ୍ବଳ କରିଦେଇଛି ୮ମାସର ଶିଶୁ କନ୍ଯାର ସେହି ନିରୀହ ମୁହଁ । ଯିଏ ବାପା ବୋଲି କିଏ ଜାଣିବା ପୂର୍ବରୁ ହୋଇଯାଇଛି ବାପା ଛେଉଣ୍ଡ । ବାପା ଦଲବୀର ସିଂଙ୍କ ମୃତ୍ୟୁ ପରେ ଏବେ ଅସମ୍ଭାଳ ହୋଇପଡିଛି ପରିବାର। ଦଲବିର ଚଳିତ ବର୍ଷ ରାମଲୀଲାରେ ରାବଣ ଚରିତ୍ରରେ ଅଭିନୟ କରିଥିଲେ । ଆତସବାଜିର ରାବଣ ନିଆଁ ଲାଗିବା ପରେ ଜଳିଗଲା ଏପଟେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଦଲବୀରଙ୍କର ମଧ୍ୟ ମୃତ୍ୟୁ ଘଟିଲା । ଦୁର୍ଘଟଣା ଦିନ ସେ ରାବଣ ପୋଡି ଦେଖିବାକୁ ଯାଇଥିଲେ । ଆଉ ଏହି ରାବଣ ପୋଡି ଥିଲା ତାଙ୍କ ଜୀବନର ଶେଷ ରାବଣ ପୋଡି ।

rabanhaa

କିନ୍ତୁ ଦୁଃଖର କଥା ସେ ସେହି ସମୟରେ ରେଳ ଲାଇନ୍ ପାର୍ କରି ଘରକୁ ଯାଉଥିଲେ । ସେହି ସମୟରେ ସେ ଟ୍ରେନ୍ ଦ୍ରୁତ ଗତିରେ ମାଡିଆସୁଥିବାର ଦେଖିଥିଲେ, ଏବଂ ଦୌଡି ଦୌଡି ଲୋକମାନଙ୍କୁ ସେଠାରୁ ହଟିଯିବା ପାଇଁ ଜୋର ପାଟିରେ କହିଥିଲେ । ହେଲେ ଟ୍ରେନର ଗତି ଏତେ ଜୋରରେ ଥିଲା ଯେ ସେ ନିଜେ ମଧ୍ଯ ନିଜର ଜୀବନକୁ ବଞ୍ଚାଇ ପାରିନଥିଲେ ।

13ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬୦ରୁ ଅଧିକ ଜୀବନ ଗଲା ସତ, ହେଲେ ଏହି ଘଟଣା ପାଇଁ ଦାୟୀ କିଏ? କିଏ କହୁଛି ପ୍ରଶାସନ ଏବଂ ସ୍ଥାନୀୟ ଦଶହରା କମିଟି ଦାୟୀ ତ, କିଏ ଏହି ଘଟଣାକୁ ରାଜନୀତି ଭିତରକୁ ଟାଣୁଛି । କେନ୍ଦ୍ର ତଥା ରାଜ୍ଯ ସରକାର ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ହେଲେ କଣ ସେହି ସବୁ ଜୀବନ ଆଉ ଫେରିବ ? ଏହି ଅନୁକମ୍ପା ରାଶି କଣ ମୃତକଙ୍କ ପରିବାରକୁ ସାରା ଜୀବନ ପାଇଁ ଦୁଃଖ ଦୂର କରିପାରବ ତ ? ସତରେ ଦୁର୍ଘଟଣାକୁ କଣ ଏଡ଼ା ଯାଇ ପାରିନଥାନ୍ତା ?

train accident

ରେଳ ଟ୍ରାକ୍ ଉପରେ ଠିଆ ହେବା କେତେ ସୁରକ୍ଷିତ ଏହା କଣ ଆମକୁ କିଏ ଜଣାଇବା ଜରୁରୀ । ନିଜର ଅସାବଧନତା କଣ ଦାୟୀ ନୁହେଁ ? ଏସବୁ ଉତ୍ତର ଏବେ ପରିସ୍ଥିତିକୁ ଆହୁରି ଜଟିଳ କରିବ ସତ ହେଲେ ସତଟା ହେଉଛି ଲିଭି ଯାଇଥିବା ଏହି ଜୀବନ ଦୀପ ଆଉ ଜଳିବନି।

trainnସୂଚନା ଅନୁଯାୟୀ, ଗତକାଲି ରାବଣପୋଡ଼ି ବେଳେ ଲୋକଙ୍କ ଉପରେ ମାଡ଼ିଯାଇଥିଲା ଟ୍ରେନ୍‌ । ପଂଜାବ ଅମୃତସର ଚୌଡା ବଜାର ନିକଟରେ ଦ୍ରୁତଗତିରେ ଆସୁଥିବା ଡିଏମୟୁ ଟ୍ରେନ୍‌ ମାଡ଼ି ଯାଇଥିଲା । ପଠାନକୋଟ୍‌ରୁ ଅମୃତସର ଆସୁଥିଲା ଟ୍ରେନ୍‌ । ରାବଣ ଦେହରେ ନିଆଁ ଲାଗିବା ପରେ ଲୋକେ ଧାଁ ଦୌଡ କରିଥିଲେ । ଟ୍ରେନ୍‌ ଟ୍ରାକ୍‌ ଉପରକୁ ଲୋକେ ମାଡି ଆସିଥିଲେ । ଆଉ କିଛି ପୂର୍ବରୁ ରାବଣପୋଡ଼ି ଦେଖିବା ଲାଗି ଉଚ୍ଚା ଜାଗା ଦେଖି ଟ୍ରାକ୍ ଉପରେ ଠିଆ ହୋଇଥିଲେ ।

punjab_trainଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଟ୍ରେନ୍‌ ଟ୍ରାକ୍‌ରୁ ପ୍ରାୟ ୮୦ ମିଟର ବ୍ୟବଧାନରେ ରାବଣ ପୋଡ଼ି କରାଯାଉଥିଲା । ଦୌଡ଼ାଦୌଡ଼ି ବେଳେ ଦଳା ଚକଟାରେ ମଧ୍ୟ କିଛି ପିଲାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।

920x920ଏବେ ଦୁର୍ଘଟଣାର କାରଣ ଖୋଜା ଚାଲିଛି । ପରସ୍ପରକୁ ଦୋଷ ଦେଉଛନ୍ତି ସମସ୍ତେ । ହେଲେ କାରଣ ଖୋଜି କାର୍ଯ୍ୟାନୁଷ୍ଠାନ ସିନା ନିଆଯିବ, କ୍ଷତିପୂରଣ ବାବଦରେ କିଛି ଲକ୍ଷ ଟଙ୍କା ସିନା ସରକାର ଦେଇ ଦେଉଛନ୍ତି କିନ୍ତୁ ଯେଉଁ ପରିବାରର ଲୋକଟି ମରି ହଜିଗଲା ତାର କ୍ଷତି ଓ କ୍ଷତ ପୂରଣ କରିବ କିଏ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.