ବାଲେଶ୍ୱର: ଫାର୍ମାସିଷ୍ଟଙ୍କ ଭୁଲ ମେଡିସିନ୍ ଖାଇ ଗୁରୁତର ହେଲେ ରୋଗୀ, ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର(କେନ୍ୟୁଜ୍):  ଔଷଧ ବିତରଣ କେନ୍ଦ୍ରରେ ରୋଗୀଙ୍କୁ ଭୁଲ୍‌ ଔଷଧ ଦେବାରୁ ହସପିଟାଲ ପରିସରରେ ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଔଷଧ ବିତରଣ କେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି।

ଉତ୍ୟକ୍ତ ଲୋକେ ଡାକ୍ତରଖାନାର ମୁଖ୍ୟ ଗେଟ୍‌କୁ ବନ୍ଦ କରି ଦେଇଛନ୍ତି। ବସ୍ତା ବ୍ଲକ ଅନ୍ତର୍ଗତ ଦଳେଇସାହି ଗାଁର ସୁବାସିନୀ ଦଳାଇ ନାମକ ଜଣେ ବୃଦ୍ଧା ଗତକାଲି ସଂଧ୍ୟାରେ ତାଙ୍କର ବ୍ଲଡ୍‌ ପ୍ରେସର ବଢିଯିବାରୁ ହସ୍ପିଟାଲକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ।

baleswar 3

ଡାକ୍ତର ତାଙ୍କୁ ବ୍ଲଡ୍‌ ପ୍ରେସର ମେଡିସିନ ଖାଇବା ପାଇଁ କହିଥିଲେ। ମାତ୍ର ଔଷଧ ବିତରଣ କେନ୍ଦ୍ରର ଜନୈକ କର୍ମଚାରୀ ବ୍ଲଡ୍‌ ପ୍ରେସର ଔଷଧ ବଦଳରେ ବୃଦ୍ଧାଙ୍କୁ ଭୂଲ ଔଷଧ ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ବୃଦ୍ଧା ଜଣକ ଔଷଧ ଖାଇ ଗୁରୁତର ହୋଇପଡିଥିଲେ । ସୁବାସିନୀ ଆଜି ସକାଳେ ଗ୍ରାମବାସୀଙ୍କ ସହ ଆସି ହସ୍ପିଟାଲରେ ପାଟିତୁଣ୍ଡ କରିବା ସହ ହସପିଟାଲର ମୁଖ୍ୟ ଗେଟ୍‌ ବନ୍ଦ କରିଛନ୍ତି ।

Leave A Reply

Your email address will not be published.