ଆଜି ହେଉଛି ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୧ତମ ଶ୍ରାଦ୍ଧ ଦିବସ, ଶ୍ରଦ୍ଧା ସୁମନ ଅର୍ପଣ କଲେ ଡକ୍ଚର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):   କିସ୍‌ ଓ କିଟ୍‌ରେ ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୧ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । କିସ୍‌ ପରିସରରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ପ୍ରଦ୍ୟୁମ୍ନ ବଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।dr achyuta

ଏହି କାର୍ଯ୍ୟକ୍ରମରେ କିସର ପରାମର୍ଶଦାତା ପ୍ରଫେସର ହରେକୃଷ୍ଣ ଶତପଥୀ, କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଚର ପ୍ରଶାନ୍ତ କୁମାର ରାଉତରାୟ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ସ୍ୱର୍ଗତଃ ପ୍ରଦ୍ୟୁମ୍ନ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସେହିପରି କିମ୍ସ ପରିସରରେ ଥିବା ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଡକ୍ଟର ଅଚ୍ୟୁତ ସାମନ୍ତ । କାର୍ଯ୍ୟକ୍ରମରେ କିମ୍‌ସର ପରିଚାଳନା ପ୍ରତିନିଧି ପଞ୍ଚାନନ ପରିଡ଼ା, କିମ୍‌ସ ମେଡିକାଲ କଲେଜ ଅଧ୍ୟକ୍ଷ ମେଜର ଜେନେରାଲ୍‌ ଡାକ୍ତର ପି. କେ. ପଟ୍ଟନାୟକ, କିମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅମ୍ବିକା ପ୍ରସାଦ ମହାନ୍ତି, ପ୍ରଶାସନିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାପ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.