ଆମାଜନର ଫାଉଣ୍ଡର ତଥା ସିଇଓ ଜେଫ୍ ବେଜୋସଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଲେ ଏଲନ ମସ୍କ । ଏଲନ୍ ମସ୍କଙ୍କ ସମୁଦାୟ ନେଟୱର୍ଥ ୧୮୫ ଅରବ ଡଲାର ଆକଳନ କରାଯାଇଛି । ଅନ୍ୟପଟେ ଆମାଜନ ମୁଖ୍ଯ ଜେଫ୍ ବେଜୋସଙ୍କ ସମୁଦାୟ ନେଟୱର୍ଥ ୧୮୪ ଅରବ ଡଲାର ରହିଛି । ତେବେ ତାଙ୍କୁ ଦ୍ୱିତୀୟ ନମ୍ବରରେ ପକାଇ ବିଶ୍ୱର ସବୁଠାରୁ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି ରିୟଲ ଲାଇଫ୍ ଆଇରନ୍ ମ୍ୟାନ୍ ଏଲନ୍ ମସ୍କ ।
ଏଲନ୍ ମସ୍କ ବିଶ୍ୱର ସବୁଠାରୁ ମୂଲ୍ୟବାନ ଅଟୋ କମ୍ପାନୀ ଟେସ୍ଲା ଓ SpaceXର ଫାଉଣ୍ଡର । ଇଲେକ୍ଟ୍ରିକ କାର ପ୍ରସ୍ତୁତ କରୁଥିବା କମ୍ପାନୀ ଟେସ୍ଲାର ମାଲିକ ହେଉଛି ଏଲନ ମସ୍କ। ଟେସଲାର ସେୟାରରେ ବଢୁଥିବା ପଏଣ୍ଟ ମସ୍କଙ୍କ ସମ୍ପତ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ।
୨୦୧୭ରେ ବେଜୋସ ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ରହିଥିଲେ। କିନ୍ତୁ ୨୦୨୦ ରେ ଏଲନ ମସ୍କ ବେଜୋସଙ୍କୁ ପଛରେ ପକାଇ ଏହି ବାଜି ମାରିନେଇଛନ୍ତି। କୋଭିଡ ଯୋଗୁଁ ସାରା ବିଶ୍ବ ଯେମିତି ବି ପରିସ୍ଥିତିରେ ଗତି କରୁ ନା କାହିଁକି କିନ୍ତୁ ଏଲନ ମସ୍କ ବିଶ୍ବର ସବୁଠାରୁ ଧନୀ ବ୍ଯକ୍ତି ପାଲଟିଛନ୍ତି।
ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲା ଏଲନ୍ ମସ୍କ ପେସାରେ ଜଣେ ଇଞ୍ଜିନିୟର ମଧ୍ୟ । ଏହାଛଡା ଏଲନ ମସ୍କଙ୍କ ପାଖରେ ସ୍ପେସ ଏକ୍ସର ବଡ ଭାଗିଦାରୀ ରହିଛି, ଯାହା ପାଖାପାଖି ୧୫ ବିଲିଅନ ୟୁଏସ ଡଲାର।