ଶ୍ୱେତା ସିଂ କୀର୍ତ୍ତି ଭାଇ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଲେଖିଲେ, ‘ଏହା ତ ତାଙ୍କ କର୍ମର କଥା’, ଜାଣନ୍ତୁ କ’ଣ କହିବାକୁ ଚାହିଁଛନ୍ତି ଭଉଣୀ
୨୦୨୦, ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ପାଇଁ ବିନାଶର ବର୍ଷ ଥିଲା। ୧୪ ଜୁନ୍ରେ ଘରର ପ୍ରଦୀପ ସେମାନଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁରେ ପୂରା ଦେଶ ଦୋହଲି ଯାଇଥିଲା। ସୁଶାନ୍ତଙ୍କ ପରିବାର ତାଙ୍କୁ ସବୁଦିନ ମନେ ପକାଉଛି। ତାଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ସୋସିଆଲ ମିଡିଆରେ ଲଗାତାର ଭାଇ ପାଇଁ ପୋଷ୍ଟ ସେୟାର କରିଆସୁଛନ୍ତି। ସେ ପୋଷ୍ଟ ସେୟାର କରି ଏହା ଜରିଆରେ ନ୍ୟାୟ ଭିକ୍ଷା କରୁଛନ୍ତି।
ଏବେ ଶ୍ୱେତା ଭାଇ ସୁଶାନ୍ତଙ୍କ ସ୍ମୃତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ଜୀବନ ମିଳୁ କି ନ ମିଳୁ, ଏହା ଭାଗ୍ୟର କଥା। କେତେବେଳେ କେଉଁଠି ମୃତ୍ୟୁ ହୋଇଯିବ ଏହା ସମୟର କଥା, କିନ୍ତୁ ଯିଏ ମୃତ୍ୟୁ ପରେ ବି ଲୋକଙ୍କ ହୃଦୟରେ ବଞ୍ଚିରୁହେ, ଏହା ତାଙ୍କ କର୍ମର କଥା’। ଏହି ପୋଷ୍ଟକୁ ସେୟାର କରି ଶ୍ୱେତା ଲେଖିଛନ୍ତି, ‘ସୁଶାନ୍ତ ସବୁବେଳେ ଆମ ହୃଦୟରେ ରହିବେ’।
Sushant will always live in our hearts. #ForeverSushant pic.twitter.com/jyLoksVUwr
— Shweta Singh Kirti (@shwetasinghkirt) January 11, 2021
ତାଙ୍କର ଏହି ପୋଷ୍ଟ ଉପରେ ସୁଶାନ୍ତଙ୍କ ଫ୍ୟାନମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସୂଚନାଥାଉ କି, ନିକଟରେ ବମ୍ବେ ହାଇକୋର୍ଟ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସା କରିବାକୁ ଯାଇ କହିଥିଲେ କି, ଯେଉଁ ବି ବ୍ୟକ୍ତି ଏହି ଅଭିନେତାଙ୍କ ଚେହେରା ଦେଖି କହିପାରିବ ଯେ ସେ ବହୁତ ଭଲ ମଣିଷ ଥିଲେ।