ଭୁବନେଶ୍ୱର ୟୁନିଟ୍-୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ ଏସଟିଏଫର ଚଢାଉ: ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ, ମହିଳା ଗିରଫ

ଭୁବନେଶ୍ବର:  କମିସନରେଟ୍ ପୋଲିସର ସହାୟତାରେ ଏସଟିଏଫ୍ ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ ଏସଟିଏଫ୍ ଚଢାଉ କରି ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଥିଲା। ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଅପରାଧ ସାମଗ୍ରୀ ସହିତ ନଗଦ ୧୨୫୮୦ ଟଙ୍କା ଜବତ କରାଯାଇଛି |

ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହାଛଡ଼ା ଏନଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି।

Leave A Reply

Your email address will not be published.