ଦୁବାଇର ଏହି ଧନୀ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ନାଗିନ୍ ଫେମ୍ ମୌନି ରାୟ
ବଲିଉଡ୍ ଆକ୍ଟ୍ରେସ୍ ମୌନି ରାୟ ବହୁତ ଜଲଦି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ଦୁବାଇରେ ରହୁଥିବା ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କ ସହିତ ଗତ କିଛି ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି। ଖାଲି ଏତିକି ନୁହେଁ ଉଭୟେ ବହୁତ ଜଲଦି ବିବାହ କରିବାକୁ ମଧ୍ୟ ଯାଉଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମୌନି ରାୟ ସୁରଜ ନାମ୍ବିୟାରଙ୍କ ପେରେଣ୍ଟସଙ୍କର ବହୁତ ଘନିଷ୍ଠ। ଖାସ୍ ସେଥିପାଇଁ ମୌନି ବିବାହ କରିବାର ଗୋଟିଏ କାରଣ ମଧ୍ୟ।
View this post on Instagram
ବର୍ଷ ୨୦୧୯ରେ ପ୍ରଥମ ଥର ସୁରଜ ଏବଂ ମୌନିଙ୍କ ଡେଟିଙ୍ଗ୍ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ଆକ୍ଟ୍ରେସ୍ ଏହାକୁ ଖଣ୍ଡନ କରିଦେଇଥିଲେ। ମୌନିଙ୍କର ଜଣେ ବନ୍ଧୁ ହିଁ ମୌନି ଏବଂ ସୁରଜଙ୍କ ଏକ ଫଟୋ ସେୟାର କରିଥିଲେ। ଯାହାପରେ ଏହି ଫଟୋକୁ ଡିଲିଟ୍ କରିଦିଆଯାଇଥିଲା। ଏହାପରେ ବର୍ଷ ୨୦୧୯ରେ ଚାରିଆଡେ ଖବର ପ୍ରସାରିତ ହୋଇଗଲା ଯେ ସୁରଜ ଏବଂ ମୌନି ଉଭୟଙ୍କୁ ଡେଟ୍ କରୁଛନ୍ତି।
ତେବେ ମୌନିଙ୍କ ଓ୍ଵାର୍କଫ୍ରଣ୍ଟ ବିଷୟରେ କଥା ହେବା ତ ମୌନି ରାୟ ଆଲିୟା ଭଟ୍ଟ ଏବଂ ରଣବୀର କପୁର ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ସେହିପରି ଆୟାନ ମୁଖାର୍ଜୀ ଏଥିରେ ଡାଇରେକ୍ଟ କରୁଛନ୍ତି। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଅକିନେନୀ ଏବଂ ଡିମ୍ବଲ କାପାଡିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
View this post on Instagram