ଜେଜେମା ଆଈମା ଅମଳର ଏହି ଉପାୟ ଫଟାଫଟ ଦୂର କରିବ ନଜରଦୋଷ, ଜାଣନ୍ତୁ ଏବଂ ପରିଣାମ ଦେଖନ୍ତୁ

ପ୍ରାୟ ସମୟରେ ଆପଣ ଦେଖଥିବେ ଯେ ଅନେକ ଲୋକଙ୍କର ଅଚାନକ ଦେହ ଖରାପ ହୋଇଯାଏ କିମ୍ବା ତାଙ୍କର ଖରାପ ସମୟ ଆରମ୍ଭ ହୋଇଯାଏ। କେବଳ ଏତିକି ନୁହେଁ ସବୁ କାମରେ ଅସଫଳତା ମିଳିଥାଏ। ଏପରି ହେଲେ ଏହା କୁହାଯାଏ ଯେ ବ୍ୟକ୍ତି ନଜର ଦୋଷର ଶିକାର ହୋଇଛନ୍ତି ଏବଂ ତାଙ୍କର ଚାରିପଟେ ନକରାତ୍ମକ ଶକ୍ତି ଘୂରି ବୁଲିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଦାଦି ନାନିଙ୍କ ଅମଳରେ ଥିବା କିଛି ଜ୍ୟେତିଷ ଉପାୟ ନେଇ ଆସିଛୁ। ଯାହା ନଜର ଦୋଷଦୂର କରିବା ସହ ଆପଣଙ୍କ ଜୀବନକୁ ସୁଧାରିପାରେ।

nazarରୋଟି କରିବ ବଢ଼ିଆ କମାଲ

ଯଦି କାହାକୁ ନଜର ଲାଗିଥାଏ ତେବେ ଜଅରେ ଏକ ରୁଟି ବନାନ୍ତୁ। କିନ୍ତୁ ତାକୁ ସେକିବା ସମୟରେ ଧ୍ୟାନ ରଖନ୍ତୁ ଯେ ତାକୁ ଗୋଟେ ପଟରେ ହିଁ ସେକନ୍ତୁ। ଏହାସହିତ ହିଁ ସେକିଥିବା ଭାଗକୁ ହଳଦିଆ ସୂତାରେ ବାନ୍ଧି ଦିଅନ୍ତୁ। ଏହାପରେ ସେହି ରୁଟିକୁ ନେଇ ନଜର ଲାଗିଥିବା ବ୍ୟକ୍ତିଙ୍କ ଉପରେ ୭ ଥର ବୁଲାଇ କୁକୁରକୁ ଖାଇବାକୁ ଦିଅନ୍ତୁ। ମାନ୍ୟତା ରହିଛି ଯେ ଏମିତି କରିବା ଦ୍ୱାରା ନଜର ଦୋଷ ଦୂର ହୋଇଯାଇଥାଏ।

ଗାଈର ଗୋବର ହୋଇଥାଏ ଶୁଭ

ନଜର ଉତାରିବା ପାଇଁ ଜଅ ଏବଂ ଗହମ ରୁଟି ଉପାୟ ବ୍ୟତୀତ ଗାଈ ଗୋବରର ବି ପ୍ରୟୋଗ କରିପାରିବେ। ଏଥିପାଇଁ ଗୋବରରେ ଚାରିମୁଖ ଦୀପ ବନାଇ ସେଥିରେ ରାଶି ତେଲରେ ଦୀପ ଜଳାନ୍ତୁ ଏବଂ ସେଥିରେ ଅଳ୍ପ ଗୁଡ ପକାଇ ଦିଅନ୍ତୁ। ଏହାପରେ ଏହାକୁ ଘରର ମୁଖ୍ୟ ଦ୍ୱାରରେ ରଖିଦିଅନ୍ତୁ। ମାନ୍ୟତା ରହିଛି ଏପରି କରିବା ଦ୍ୱାରା ନଜର ଦୋଷ କଟିଯିବ।

deepaନଜର ଲାଗିଥିଲେ କରନ୍ତୁ ଏହି ଉପାୟ

ନଜର ଲାଗିଥିଲେ ବହୁତ ସହଜ ଉପାୟ ହେଉଛି ଗହମ ଅଟାରେ ଦୀପ ବନାନ୍ତୁ। ଏହାସହିତ ସେଥିରେ କଳା ସୂତାରେ ଦୀପ ଜଳାନ୍ତୁ। ସେହି ଜ୍ୟୋତିରେ ଦୁଇଟି ଲାଲ ଲଙ୍କା ରଖନ୍ତୁ ଏବଂ ତାହାକୁ ନଜର ଲାଗିଥିବା ବ୍ୟକ୍ତିଙ୍କ ଉପରେ ଉତାରି ଦିଅନ୍ତୁ। କୁହାଯାଏ ଏପରି କଲେ ନଜର ଦୋଷରୁ ମୁକ୍ତି ପାଇପାରିବେ।

ଏହି ଉପାୟ ବଢ଼ିଆ କାମ ଦେବ

ନଜର ଦୋଷ ଦୂର କରିବା ପାଇଁ ରବିବାର କିମ୍ବା ଶନିବାର ଦିନ ନଜର ଲାଗିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ତିନି ଥର ବୁଲାଇ କୁକୁରକୁ ଦିଅନ୍ତୁ। ଏମିତି କଲେ ନଜର ଦୋଷ ଦୂର ହୋଇଯିବ। କିନ୍ତୁ ଧ୍ୟାନ ରଖନ୍ତୁ ଏହାକୁ ନିୟମିତ ରୂପରେ କରିବା ଉଚିତ। ଯାହାଦ୍ୱାରା ପୁର୍ନବାର ଯେପରି ନଜର ଦୋଷ ନଲାଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.