ଡଙ୍ଗାରେ ପାର ହେଉଥିଲେ କିଛି ଲୋକ ହଠାତ୍‌ ନଦୀରେ ପହଁରି ଆସିଲା ବାଘ, ଦେଖନ୍ତୁ ଭିଡିଓ

କଣ ଆପଣ କେବେ ବାଘକୁ ପାଣିରେ ପହଁରି ନଦୀ ପାର ହେଉଥିବାର ଦେଖିଛନ୍ତି। ହୁଏତ କେବେ ଦେଖିନଥିବେ ଏମିତି ଅଦ୍ଭୁତ ଦୃଶ୍ୟ। ସାଧାରଣତଃ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବା ପାଇଁ ହେଲେ ଯଦି ବାଟରେ ନଦୀ ପଡେ ତାହେଲେ ଆମେ ଡଙ୍ଗାର ସାହାରା ନେବାକୁ ପଡିଥାଏ। କିନ୍ତୁ ଥରେ ମନରେ କେବେ ପ୍ରଶ୍ନ ଆସିଛି ଜୀବଜନ୍ତୁ ମାନେ କେମିତି ଭାବରେ ନଦୀ ପାର ହୁଅନ୍ତି। ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ବାଘ କେମିତି ନଦୀ ପାର ହୁଏ ତାହେଲେ ଏହି ଭାଇରାଲ ଭିଡିଓକୁ ଥରେ ଦେଖନ୍ତୁ।

ସୁନ୍ଦରବନରେ କିଛି ସ୍ଥାନୀୟ ଲୋକ ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ପାଇଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ୍ ଭିଡିଓରେ, କିଛି ଲୋକ ଗୋଟିଏ ବୋଟ୍‌ରେ ବସିଥିବା ଦେଖାଯାଉଛି । ଏହି ସମୟରେ କିଛି ଦୂରରେ ବାଘଟିଏ ପହଁରି ପହଁରି ନଦୀ ପାର ହେଉଥିବା ସେମାନେ ଦେଖିବାକୁ ପାଉଛନ୍ତି । ଏହାପରେ ବାଘ ବାଘ ଚିତ୍କାର କରି ବାଘ ପାଖକୁ ବୋଟଟିକୁ ନେଉଛନ୍ତି ।


ତେବେ ଏମାନଙ୍କ ଭିତରୁ ଜଣେ ପିଲା ବୋଟକୁ ବାଘ ପାଖକୁ ନନେବାକୁ ଚେତାବନୀ ଦେଉଝି। କାହିଁକିନା କେତେବେଳେ ବି ବାଘ ଡେଇଁ ଆକ୍ରମଣ କରିପାରେ। ବାଘଟି ଲୋକମାନଙ୍କୁ ଦେଖି ଜୋରରେ ପହଁରିବାକୁ ଲାଗୁଛି ଏବଂ ଶେଷରେ କୂଳରେ ପହଞ୍ଚି ଜଙ୍ଗଲକୁ ପଳାଉଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓଟିକୁ ଭାରତୀୟ ଫରେଷ୍ଟ ସେବା ଅଧିକାରୀ ରମେଶ ପାଣ୍ଡେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଏହା ଏକ ଦୁର୍ଲଭ ଦୃଶ୍ୟ ଓ ଅସାମାନ୍ୟ ଥିଲା। ତେଣୁ ସାବଧାନ ରଖିବା ବହୁତ ଜରୁରୀ।

Leave A Reply

Your email address will not be published.