Below header

ନୂଆପଡ଼ା ହଳଦୀ ଗାଁରେ ଆତଙ୍କ! ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ, କ୍ୟାମେରାରେ ହେଲା କଏଦ

ନୂଆପଡ଼ା : ନୂଆପଡ଼ା ହଳଦୀ ଗାଁରେ ପୁଣି ବାଘ ଆତଙ୍କ। ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ। ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଖରିଆରରୋଡ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି।

ଗତ ୨୦୧୭ରେ ବାଘଟି ହଳଦୀ ଗାଁରେ ଏକ ୪ବର୍ଷର ଶିଶୁକୁ ମାଆ କୋଳରୁ ଝାମ୍ପି ନେଇଥିଲା। ପରେ ବନବିଭାଗ ପକ୍ଷରୁ ଜନ୍ତା ବସାଇ ୨ଟି ବାଘକୁ ଧରିବା ସହ ନନ୍ଦନକାନନକୁ ପଠାଯାଇଥିଲା। ଏବେ ପୁଣି ବାଘ ଦେଖି ଭୟଭୀତ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.