ଭଗବାନଙ୍କର ବିଚିତ୍ର ସୃଷ୍ଟି, ପାଟି ଅଛି କିନ୍ତୁ ମାଆ ପାଖରୁ କ୍ଷୀର ପିଇପାରୁନି ଏହି କୁନି ବାଛୁରୀ ଛୁଆ

ମାଆର ମମତା ସମସ୍ତଙ୍କ ପାଇଁ ସମାନ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ, କିଏ ସୁନ୍ଦର ଆଉ କିଏ ଅସୁନ୍ଦର। ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାଙ୍କ ପାଇଁ ଉଜାଡି ଦିଅନ୍ତି ମମତା । ଆମେ ଆଜି ଯେଉଁ ଦୃଶ୍ୟ ଦେଖାଇବୁ ତାକୁ ଦେଖି ଆପଣ ବୁଝିଯିବେ ଯେ ମାଆର ପ୍ରକୃତ ଅର୍ଥ କଣ। ଆଉ ଆପଣମାନେ ବି ଏ ଦୃଶ୍ୟ ଦେଖିଲେ ଅନୁଭବ କରିପାରିବେ ସତରେ ମାଆର ହୃଦୟ କେତେ ବିଶାଳ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତର ମହାଳିକସାହିରେ ଦେଖିବାକୁ ମିଳିଛି ଏକ ବିଚିତ୍ର ପ୍ରକାରର ବାଛୁରି ଛୁଆକୁ । ଏହି ସାହିର ଘାଉଲି ମହାଳିକଙ୍କ ଗାଈ ଗତକାଲି ଏକ ବାଛୁରି ଛୁଆ ଜନ୍ମ ଦେଇଥିଲା । ଉକ୍ତ ବାଛୁରି ଛୁଆଟି ଭିନ୍ନ ପ୍ରକାରର । ଯାହାକି ଆଖପାଖ ଅଞ୍ଚଳରେ ଏପରି ବାଛୁରି ଛୁଆ କେବେବି କେହି ଦେଖିନଥିବା କୁହନ୍ତି ଗାଁ ଲୋକେ।

calffଏହି ଅଦ୍ଭୁତ ବାଛୁରୀ ଛୁଆଟିକୁ ଦେଖିଲେ ଆପଣ ବି ଘଡିଏ ଚାହିଁ ରହିବେ। ଆଉ ମନକୁ ନିହାତି ଭାବେ ଏ କଥା ଆସିବ ସତରେ ଭଗବାନଙ୍କ ସୃଷ୍ଟି ବି ବଡ ବଚିତ୍ର। ଏହି ବାଛୁରୀଟି ଅନ୍ୟ ବାଛୁରୀ ଠାରୁ ଭିନ୍ନ। ଯାହାର କପାଳ ଉପରେ ହିଁ ଦୁଇଟି ଆଖି ଯୋଡି ହୋଇ ରହିଛି। ଆଉ ଜିଭଟି ଉପରକୁ ହୋଇ ରହିଛି। ପାଟି ଉପରକୁ ବାହାରିପଡିଥିବା ବେଳେ ମୁହଁ ମଧ୍ଯ ଭିନ୍ନ ପ୍ରକାରର ଦେଖାଯାଉଛି । ଜିଭ ପାଟି ଉପରେ ରହିଥିବାରୁ ପାଟିରେ ନିଜ ମାଆଠାରୁ କ୍ଷୀର ମଧ୍ୟ ଖାଇପାରୁନାହିଁ।

ବିଚାରୀ ମାଆ ଗାଈଟି ଛୁଆକୁ କ୍ଷୀର ଦେଇପାରି ଦୁଇ ଦିନ ହେଲା ଅନବରତ ଛୁଆକୁ ଚାଟି ଚାଲିଛି। ଆଉ ନିଜ ଛୁଆର ଏପରି ଅବସ୍ଥା ଦେଖି ମାଆ ଗାଈଟି ଖାଲି ନିରୂପାୟ ହୋଇ ବସିରହିଛି।। ତେବେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ବିଚିତ୍ର ବାଛୁରୀ ଛୁଆଟିକୁ ଦେଖିବା ପାଇଁ ଲୋକଙ୍କର ଭିଡ ଲାଗୁଛି।

Leave A Reply

Your email address will not be published.