କଟକରେ ପୁଣି ଜବର ଦଖଲ ଉଚ୍ଛେଦ, ଉଠା ଯାଉଛି ଡ୍ରେନ୍‌ ଉପରେ ବସାଯାଇଥିବା ଦୋକାନ

କଟକ(କେ ନ୍ୟୁଜ): କଟକରେ ପୁଣି ଜବର ଦଖଲ ଉଚ୍ଛେଦ । କଲେଜ ଛକଠାରେ ଆରମ୍ଭ ହେଲା ଜବର ଦଖଲ। କଟକ ମହାନଗର ନିଗମ ଏବଂ ସିଡିଏ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡର ମିଳିତ ଚଢାଉରେ କଲେଜ ଛକ, ସିଡିଏ ମାର୍କେଟ କମ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ଡ୍ରେନ୍‌ ଉପରେ କରାଯାଇଥିବା ଦୋକାନ ଉଛେଦ ହୋଇଛି। ଘଟଣାସ୍ଥଳରେ ୩ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆଗକୁ ବର୍ଷା ଦିନ ଆସୁଥିବାରୁ କଟକ ସହରର ସମସ୍ତ ଡ୍ରେନ୍‌ର ମରାମତି କାମ ଚାଲୁ ରହିଛି।

You might also like