ଭଦ୍ରକ: ଧାମରାରେ ଭଦ୍ରକ ଭିଜିଲାନ୍ସ ଡିଏସପି ଏବଂ ବନବିଭାଗର ମିଳିତ ଚଢାଉ, ଚୋରାକାଠ କାରବାରକୁ ନେଇ ଚାଲିଛି ଚଢାଉ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରାରେ ଭଦ୍ରକ ଭିଜିଲାନ୍ସ ଡିଏସପି ଏବଂ ବନବିଭାଗର ମିଳିତ ଚଢାଉ । ଭିଜିଲାନ୍ସ ଡିଏସପି ଡି.ସି ମୁର୍ମୁ ଏବଂ ଧାମରା ଓ କରଞ୍ଜମାଳ ବନବିଭାଗର ବନପାଳ ପ୍ରମୂଖ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଚଢାଉ କରିଥିଲେ । ଗତକାଲି ବିଳମ୍ବିତ ରାତିଯାଏ ଚଢ଼ାଉ ଜାରି ରହିଥିଲା l କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁଙ୍କ କାଠ ଦୋକାନରେ ବ୍ଯାପକ ଚୋରା କାଠ ଥିବା କଥା ପୂର୍ବରୁ ବନବିଭାଗ ଜାଣିବାକୁ ପାଇଥିଲା।  ଏଥିସହ ସଂପୃକ୍ତ କାଠ ଦୋକାନୀ ଦୈନିକ ପଶ୍ଚିମ ବଙ୍ଗର କୋଲକାତା ଏବଂ କାନ୍ଥୀରୁ ଯାତ୍ରା ବାହୀ ବସ ଯୋଗେ ବହୁଚୋରାକାଠ ଆଣୁଥିବା କଥା ମଧ୍ୟ ଭଦ୍ରକ ଭିଜିଲାନ୍ସ ଅଫିସରେ ଅଭିଯୋଗ ହୋଇଥିଲା।

timber

 

ସେହି ଅଭିଯୋଗକୁ ଭିତ୍ତି କରି ଆଜି ସମୂହ ଭାବରେ ଏହି ଚଢାଉ ଆରମ୍ଭ ହୋଇଛି। ଆଜି ଏହି ଚଢାଉ ସମୟରେ ଧାମରାବନପାଳ, କରଞ୍ଜମାଳ ବନପାଳ,ଧାମରା ଥାନା ପୋଲିସ ଏବଂ ଭଦ୍ରକ ଭିଜିଲାନ୍ସ ଟିମର ବହୁସଦସ୍ଯ ଏହି ଦୋକାନରେ ଉପସ୍ଥିତ ରହିଛନ୍ତି। ସଂପୃକ୍ତ ଚୋରା କାଠ ବେପାରୀ ଖଲିଲ୍ ଅଲ୍ଲୀ ଖାନଙ୍କ ଗୋଦାମ ଘରେ ମଧ୍ୟ ଉପସ୍ଥିତ ଟିମ ନିଜର ଚଢାଉ ଜାରି ରଖିଥିବା କଥା ଜଣାପଡିଛି।  ଏହି ଚଢାଉ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ଦୋକାନୀଙ୍କ ଦୋକାନ ଘର ଏବଂ ଗୋଦାମ ଗୃହରେ ବିପୁଳ ପରିମାଣର କାଠ ମଧ୍ୟ ଜବତ ହୋଇଥିବା  ଜଣାପଡିଛି।

Leave A Reply

Your email address will not be published.