ଅପେକ୍ଷାର ଅନ୍ତ ! ଶହେ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ ସିନେମା ହଲ୍, କିନ୍ତୁ ମାନିବାକୁ ପଡିବ ଏହିସବୁ ନିୟମ

ଦୀର୍ଘ ବର୍ଷେ ହେଲାଣି କରୋନା ମହାମାରୀ ଯୋଗୁଁ ସିନେମା ହଲ୍ ବନ୍ଦ ରହିଥିଲା। ଲକଡାଉନ ଖୋଲିବା ପରେ ସିନେମା ହଲ୍ ଖୋଲିବାକୁ ଅନୁମତି ଥିବା ବେଳେ କିନ୍ତୁ ୧୦୦ ପ୍ରତିଶତ ଲୋକଙ୍କୁ ହଲ୍କୁ ଯିବାକୁ ଅନୁମତି ମିଳିନଥିଲା। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ୧ ଫେବ୍ରୁଆରୀରୁ ୧୦୦ ପ୍ରତିଶତ ଲୋକଙ୍କ ନେଇ ହଲ୍ ଖୋଲିବାକୁ ଅନୁମତି ଦେଇଛି। କିନ୍ତୁ ହଲ୍ ମାଲିକ କେନ୍ଦ୍ର ସରକାରଙ୍କ କିଛି ଗାଇଡଲାଇନ ମାନିବାକୁ ପଡିବ। ଏହି ମାମଲାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସିନେମା ହଲକୁ ନେଇ ଏସଓପି ଜାରି କରିଛି।

କ’ଣ ରହିବ ଗାଇଡଲାଇନ:

– ସଭା କିମ୍ବା ସାଧାରଣ ପ୍ରତୀକ୍ଷା କରିଥିବା ସ୍ଥାନରେ ଜଣେ ଲୋକଙ୍କ ଠାରୁ ଅନ୍ଯ ଜଣକ ମଧ୍ୟରେ ୬ ଫୁଟ ଦୂରତା ରହିବ।
– ପ୍ରତେକ ସମୟରେ ଫେସକଭର/ମାସ୍କ ଲଗାଇବା ବାଧ୍ୟତାମୂଳକ।
– ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ ବିନା ନ ଛୁଇଁ ପ୍ରବେଶ କରିବାକୁ ହେବ।
– ଫିଲ୍ମ ଦେଖିବା ସମୟରେ କାଶ କିମ୍ବା ଛିଙ୍କ ହେଲେ ବ୍ଯବହାର କରିଥିବା ମାସ୍କକୁ ଭଲ ଭାବେ ଡିସପୋଜ କରିବା ଉଚିତ। ଆଉ ମୁହଁ ଏବଂ ନାକକୁ କଭର କରି ବସିବାକୁ ହେବ।
– ଛେପ ପକାଇବା ବିଲକୁଲ ମନା।
– ଆରୋଗ୍ଯ ସେତୁ ଆପ୍ ଡାଉନଲୋଡ କରିବାକୁ ଅନୁରୋଧ କରାଯିବ।

hall
photo credit: business standard

ସୂଚନାଯୋଗ୍ଯ, ଗତ ମାର୍ଚ୍ଚରୁ କୋଭିଡ-୧୯ ଯୋଗୁଁ ସିନେମା ହଲ୍ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଅକ୍ଟୋବରରୁ ଫିଲ୍ମ ହଲ ଖୋଲିବାକୁ ନିର୍ଦ୍ଦେଶ ମିଳିଥିବା ବେଳେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.