ମାଓ ଉତ୍ପାତ: ମାଲକାନଗିରିରେ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ, ବାଲିଗୁଡା ବେଲଘରରେ ପୋଲିସ ସନ୍ଦେହ ଦୁଇ ଜଣକୁ ଉଠାଇନେଲେ
ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ପୋଲିସକୁ ସଫଳତା । ପୋଲିସ-ମାଓବାଦୀ ଗୁଳିବିନମୟରେ ଜଣେ ମାଓବାଦୀ ମୃତ । ମାଲକାନଗିରି ମାଡକପଦର ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି । SOG ଓ DVF ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।
ସେପଟେ ବାଲିଗୁଡା ବେଲଘର ଥାନା ଗୁରୁ ଗାଁରେ ବିଳମ୍ବିତ ରାତିରେ ଦେବେନ୍ଦ୍ର ମାଢି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀମାନେ ଉଠାଇ ନେଇଛନ୍ତି । ଗୋବିନ୍ଧ ମାଝିଙ୍କୁ ମାଡ ମାରି ଛାଡି ଦେଇଥିବାବେଳେ ଦେବେନ୍ଦ୍ର ମାଝିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଶୁକ୍ରବାର ଗୋଛାଗୁଡା ଗାଁର ସରପଞ୍ଚଙ୍କ ପୁଅ ଭାବନୀ ଶଙ୍କର ପାତ୍ର ଓ ଜଣେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରିଥିଲେ । ଏହାପରେ ଗାଁରେ ଭୟ ଓ ଶୋକର ବାତାବରଣ ଖେଳିଯାଇଛି ।