ପୋଲିସ- ମାଓବାଦୀ ଗୁଳିବିନିମୟ, ବହୁ ମାଓ ସାମଗ୍ରୀ ଜବତ

ବଲାଙ୍ଗୀର (କେନ୍ୟୁଜ୍) : ବଲାଙ୍ଗୀରରେ ପୋଲିସ- ମାଓବାଦୀ ଗୁଳିବିନିମୟ। ବେଲପଡ଼ା ଥାନା ବେନ୍ଦେର ଜଙ୍ଗଲରେ ମୁହାଁମୁହିଁ। ଜଙ୍ଗଲ ମଧ୍ୟରେ ୧୦ରୁ ୧୫ ସିପିଆଇ-ଏମ ମାଓବାଦୀ ଥିବା ନେଇ ସୂଚନା ମିଳିବା ପରେ ଏସଓଜି ଓ ଡିଭିଏଫ କମ୍ବିଂ ଅପରେସନ କରିଥିଲେ। ଊଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳରୁ ୨ଟି ବନ୍ଧୁକ, ତିନିଟି ରେଡିଓ ସେଟ, ସୋଲାର ଲାଇଟ ଓ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.