କେନ୍ଯୁଜ୍: ଆଜି ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍ । ଦିନ ୧୨ ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍ କରାଯିବ । ଦେଶବ୍ୟାପୀ ରାସ୍ତା ଅବରୋଧ କରିବେ ଚାଷୀ । ଦିଲ୍ଲୀରେ ରାସ୍ତା ଅବରୋଧ ହେବ ନାହିଁ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ରାସ୍ତା ଅବରୋଧ କରିବେନି ଚାଷୀ । ଯେକୌଣସି ସମୟରେ ଏହି ଦୁଇ ରାଜ୍ୟର ଚାଷୀଙ୍କୁ ଦିଲ୍ଲୀ ଡକାଯାଇପାରେ ବୋଲି ଭାରତୀୟ କିଷାୟନ ୟୁନିୟନ୍ ମୁଖପାତ୍ର ରାକେଶ ଟିକାୟତ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଜାନୁଆରୀ ୨୬ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଦିଲ୍ଲୀ ସୀମା ଉପରେ ନଜର ରଖାଯାଇଛି । ଯେପରି ଦିଲ୍ଲୀ ଭିତରକୁ ଉପଦ୍ରବୀ ପଶି ନପାରନ୍ତି । ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ବ୍ୟାରିକେଡ୍ର ଦୁର୍ଗ ତିଆରି କରିଛି ଦିଲ୍ଲୀ ପୋଲିସ ।