ଢାବା ମ୍ୟାନେଜରଙ୍କୁ ମାଡ ମାରି ଅପହରଣ କରିନେଲେ ଦୁର୍ବୃତ୍ତ: ବାରିପଦା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ୍ , ସିସିଟିଭିରେ ସମସ୍ତ ଘଟଣା ରେକର୍ଡ

ମୟୁରଭଞ୍ଜ: ଢାବା ମ୍ୟାନେଜରଙ୍କୁ ଅପହରଣ ଅଭିଯୋଗ। ବେତନଟୀ ଥାନା ତୁଳସୀଚଉରା ନିକଟସ୍ଥ ସ୍ୱସ୍ତିକ ପେଟ୍ରୋଲ ପମ୍ପ ନିକଟରେ ଥିବା ବିଷ୍ଣୁ ଢାବା ମ୍ୟାନେଜର ତପ କୁମାର ସାହୁଙ୍କୁ ଦୁର୍ବୃତ୍ତମାନେ ଉଠାଇ ନେଇଥିଲେ। ରାତି ପ୍ରାୟ ୯ଟାରୁ ୧୦ଟା ଭିତରେ କିଛି ଯୁବକ ଆସି ତପନଙ୍କୁ ମାରପିଟ କରି ଅପହରଣ କରିନେଇଥିଲେ।

ଏନେଇ ଢାବା ମାଲିକ ପୋଲିସକୁ ଫୋନ୍‌ କରି ଜଣାଇବା ପରେ ବେଚନଟୀ ପୋଲିସ ଅପହରଣକାରୀଙ୍କ ପିଛା କରି ବାରିପଦା ବସ୍‌ଷ୍ଟାଣ୍ଡରୁ ତପନଙ୍କୁ ଉଦ୍ଧାର କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଅପହରଣ ହୋଇଥିଲା ସେନେଇ ଜଣାପଡିନି। ତେବେ ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଥିବାବେଳେ, ପୋଲିସ ଅପହୃତାଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

Leave A Reply

Your email address will not be published.