ଗାଁରେ ରହୁଛନ୍ତି କି? ତେବେ କମ୍‌ ସେ କମ୍‌ ପାଞ୍ଚ ବର୍ଷ ପରେ ପାଇବେ କରୋନା ଟୀକା

ଦେଶରେ ତିନି କୋଟି ଲୋକଙ୍କୁ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ୧୬ ଜାନୁଆରୀ ୨୦୨୧ରେ ଯେତେବେଳେ ଏହି ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ଆମକୁ କରୋନା ଟୀକା କେବେ ମିଳିବ? ରିସର୍ଚ୍ଚ ମୁତାବକ, ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌ ଟୀକା ପହଞ୍ଚିବା ପାଇଁ ୫ ବର୍ଷ ଲାଗିଯିବ।

ଦେଶରେ ଏବେ କୋଭିଡ୍‌ର ଦୁଇଟି ଭ୍ୟାକ୍‌ସିନ୍‌ ଉପଲବ୍ଧ ଅଛି। ଏହାକୁ ପ୍ରାୟ ୧୩୦ କୋଟି ଲୋକଙ୍କୁ ଦିଆଯିବ। ରିସର୍ଚ୍ଚଙ୍କ ତରଫରୁ ଜାରି ରିପୋର୍ଟ ମୁତାବକ, ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍‌ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ବହୁ ବର୍ଷ ଲାଗିପାରେ। ତେବେ ବର୍ତ୍ତମାନ ଆଶା କରାଯାଉଛି ଯେ ଆସନ୍ତା ଛଅ ମାସ ଭିତରେ ପ୍ରତ୍ୟେକ ରାଜ୍ୟର ଗୁରୁତର ରୋଗୀ, ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ୍‌ କାର୍ଯ୍ୟକର୍ତ୍ତାଙ୍କୁ କରୋନା ଟୀକା ଦିଆଯିବ।

ମିଡିଆ ରିପୋର୍ଟ ମୁତାବକ, ରିସର୍ଚ୍ଚରମାନେ କହିଛନ୍ତି ଦେଶର ସବୁ ଲୋକଙ୍କୁ ଟୀକା ଦେବା ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ କଥା। ଯଦି ଭବିଷ୍ୟତରେ କିଛି ପରିବର୍ତ୍ତନ ନ ହୁଏ ତେବେ ଇମ୍ୟୁନିଟି ବିକଶିତ ହେବାକୁ ପ୍ରାୟ ୫ ବର୍ଷ ଲାଗିପାରେ। ଭୌତିକ ବିଜ୍ଞାନୀ ଡମିନିକ୍‌ କଜର୍ନିଆ, ଡାକ୍ତର ଆଲେକଜାଣ୍ଡର ଜାଜକେ୍‌ ଓ ଭାରତୀୟ ରିସର୍ଚ୍ଚର ଫରହାନ୍‌ ଖାନ୍‌ ଗବେଷଣା କରି ଏହି ସମୟସୀମା ବିଷୟରେ ସୂଚନା ଦେଇଛନ୍ତି। ସେମାନେ ଭାରତରେ ଟୀକାକରଣକୁ ନେଇ ଏକ ହିସାବ କରିଛନ୍ତି, ତାହା ଆଧାରରେ ଏହି ସମୟସୀମା କହିଛନ୍ତି।

Leave A Reply

Your email address will not be published.