ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ନିକଟସ୍ଥ ଡେକାପଙ୍କା ଠାରେ ଏକ ବାଇକ ଏବଂ ବାଲି ବୋଝଇ ମିନିଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି l ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି l ମୃତକ ମୋହନା ବ୍ଲକ କଟାମା ପଞ୍ଚାୟତର ସମିତିସଭ୍ୟ ପ୍ରଫୁଲ୍ଲ ମାଝୀ l ସେ ନିଜ ମୋଟରସାଇକଲ ଯୋଗେ ମୋହନା ଅଭିମୁଖେ ଆସିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l
ଆହତ ଅବସ୍ଥାରେ ପ୍ରଫୁଲ୍ଲଙ୍କୁ କନ୍ଧମାଳ ଜ଼ିଲ୍ଲା ବ୍ରାହ୍ମଣୀ ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅଡବା ପୋଲିସ ମୃତ ଦେହ ଜବତ କରି ବ୍ରାହ୍ମଣୀ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି l ମିନିଟ୍ରକ ଡ୍ରାଇଭର ଫେରାର ଥିବା ଜଣାଯାଇଛି l