Below header

ଏୟାରପୋର୍ଟ ଭଳି ଦେଖାଯାଉଛି ବେଙ୍ଗାଲୁରୁରେ ନିର୍ମିତ ଭାରତର ପ୍ରଥମ ସେଣ୍ଟ୍ରାଲ ଏସି ରେଲେଓ୍ଵ ଟର୍ମିନାଲ, ଉଦ୍‌ଘାଟନକୁ ଅପେକ୍ଷା, ଜାଣନ୍ତୁ ଏହାର ଖାସିୟତ୍‌

କର୍ନାଟକର ବେଙ୍ଗାଲୁରୁରେ ଭାରତର ପ୍ରଥମ ସେଣ୍ଟ୍ରାଲ ଏସି ରେଲେଓ୍ଵ ଟର୍ମିନାଲ ଉଦ୍‌ଘାଟନ ପାଇଁ ପ୍ରସ୍ତୁତ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏହାର କିଛି ଫଟୋ ଟ୍ଵିଟରରେ ଶେୟାର କରିଛନ୍ତି। ଭାରତ ରତ୍ନ ସାର୍‌ ଏମ୍‌. ବିଶ୍ୱେଶ୍ୱରୈୟାଙ୍କ ନାମରେ ନାମିତ ଏହି ରେଲେଓ୍ଵ ଟର୍ମିନାଲ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ, ଯାହାକି ସହରର ବ୍ୟାୟପ୍ପନହଲ୍ଲୀ ଅଞ୍ଚଳରେ ରହିଛି। ଦକ୍ଷିଣ ପଶ୍ଚିମ ରେଲେଓ୍ଵ ପୂର୍ବରୁ ସୂଚିତ କରିଥିଲା କି, ଏହି ଟର୍ମିନାଲ ଫେବୃଆରୀ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ।

ଏହି ଷ୍ଟେଶନ ଭବନର ନିର୍ମାଣ ୪,୨୦୦ ବର୍ଗମିଟରରେ ୩୧୪ କୋଟି ଟଙ୍କା ବ୍ୟୟରେ କରାଯାଇଛି। ଦୁଇଟି ସବ୍‌-େଓ୍ଵ ସହିତ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ସମସ୍ତ ପ୍ଲାଟଫର୍ମକୁ ପରସ୍ପର ସହ ଯୋଡ଼ୁଛି। ଟର୍ମିନାଲରେ ୮ ଷ୍ଟେବୁଲ ଲାଇନ୍‌ ଏବଂ ୩ ପିଟ୍‌ ଲାଇନ୍‌ ଛଡ଼ା ୭ ପ୍ଲାଟଫର୍ମ ରହିଛି। ପ୍ରତ୍ୟେକ ଦିନ ଟର୍ମିନାଲରୁ ୫୦ ଟ୍ରେନ୍‌ର ସଞ୍ଚାଳନ କରାଯିବ। ଯାତ୍ରୀଙ୍କ ଯିବାଆସିବାକୁ ସୁବିଧାଜନକ ବନାଇବା ପାଇଁ ଏସ୍କେଲେଟର ଏବଂ ଲିଫ୍ଟ ୭ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛି।

ସାର୍‌ ଏମ୍‌. ବିଶ୍ୱେଶ୍ୱରୈୟା ଟର୍ମିନାଲକୁ ବେଙ୍ଗାଲୁରୁ ଏୟାରପୋର୍ଟ ଢାଞ୍ଚାରେ ନିର୍ମାଣ କରାଯାଇଛି। ଏଥିରେ ଏକ ଉଚ୍ଚ ଶ୍ରେଣୀର ପ୍ରତୀକ୍ଷାଳୟ, ଏକ ଡିଜିଟାଲ ଯାତ୍ରୀ ସୂଚନା ପ୍ରଣାଳୀ ସହ ଏକ ଭିଆଇପି ଲାଉଞ୍ଜ ଏବଂ ଭବ୍ୟ ଫୁଡ୍‌କୋର୍ଟ ତିଆରି କରାଯାଇଛି। ବିଶାଳ ପାର୍କିଂ ଅଞ୍ଚଳରେ ୨୫୦ କାର୍‌, ୯୦୦ ଦୁଇଚକିଆ, ୫୦ ଅଟୋରିକ୍ସା, ୫ ବିଏମ୍‌ଟିସି ବସ୍‌ ଏବଂ ୨୦ ଟ୍ୟାକ୍ସି ପାର୍କ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.