Below header

Paytm ଆଣିଲା ଶାନଦାର ଅଫର, କେବଳ ୧୦ ଟଙ୍କା ଖର୍ଚ୍ଚ କରି ଆପଣ ବି ଉଠାନ୍ତୁ ଫାଇଦା

ଶେୟାର ବଜାରରେ ବର୍ତ୍ତମାନ ଚମକ ନଜର ଆସୁଛି। ଲୋକେ ପଇସା ତ ଲଗାଇବାକୁ ଚାହାନ୍ତି, ହେଲେ କମ୍‌ ତଥ୍ୟ ଯୋଗୁ କିଛି କରିପାରନ୍ତି ନାହିଁ। କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ନିକଟରେ Paytm ଏକ ନୂଆ ସେବା ଆରମ୍ଭ କରିଛି, ଯାହା ସାହାଯ୍ୟରେ ଆପଣ ବହୁତ କମ୍‌ କମିଶନ ଦେଇ ଷ୍ଟକସ୍‌ କିଣିପାରିବେ।

ସୂଚନା ମୁତାବକ, ଡିଜିଟାଲ ପେମେଣ୍ଟ ଆପ୍‌ ‘Paytm’ ନିକଟରେ Paytm Money ସେବା ଆରମ୍ଭ କରିଛି। ଏହା ଅଧୀନରେ Futures and Options ଟ୍ରେଡିଙ୍ଗ୍‌କୁ ସମସ୍ତଙ୍କ ପାଇଁ ଖୋଲି ଦେଇଛି। ଏକ ମହତ୍ତ୍ୱପୂର୍ଣ୍ଣ ଧନ ପ୍ରବନ୍ଧନ ଉତ୍ପାଦ(wealth management product) ରୂପରେ Futures and Options ଟ୍ରେଡିଙ୍ଗ୍‌ ସହିତ ଲୋକଙ୍କୁ ସଶକ୍ତ ବନାଇବା ଏହାର ଉଦ୍ଦେଶ୍ୟ। କମ୍ପାନୀର କହିବା ହେଲା, ଏଥିରେ ସାଧାରଣ ଲୋକଙ୍କୁ ମଧ୍ୟ ଶେୟାର ବଜାରରେ ନିବେଶର ସୁଯୋଗ ମିଳିବ।

ଦେଶରେ ଅଧିକାଂଶ ଲୋକ Paytm ବ୍ୟବହାର କରିଥାଆନ୍ତି। ଏବେ ଲୋକଙ୍କୁ ଶେୟାର ବଜାରରେ ନିବେଶ କରିବା ପାଇଁ କୌଣସି ବ୍ରୋକର ବା ଏଜେଣ୍ଟର ଆବଶ୍ୟକ ପଡ଼ିବ ନାହିଁ। ୟୁଜର୍ସ ସିଧା Paytm Money ସାହାଯ୍ୟରେ ବିଭିନ୍ନ ଷ୍ଟକସ୍‌ରେ ନିବେଶ କରିପାରିବେ।

ମାତ୍ର ୧୦ ଟଙ୍କା କମିଶନରେ ହେବ କାମ

କମ୍ପାନୀ ଦାବି କରିଛି କି, ଏହା Futures and Options ଟ୍ରେଡିଙ୍ଗ୍‌ ପାଇଁ ୧୦ ଟଙ୍କାରେ ସବୁଠୁ କମ୍‌ ଏବଂ ସବୁଠୁ ଅଧିକ ପ୍ରତିଯୋଗିତାମୂଳକ ବ୍ରୋକରେଜ ସୁବିଧା ୟୁଜରଙ୍କୁ ଦେଉଛି। କମ୍ପାନୀ ଡେଲିଭରି ପାଇଁ ଶୂନ୍ୟ ଏବଂ intraday trading ପାଇଁ ପ୍ରତି ଟ୍ରାଞ୍ଜାକ୍ସନ ଟ୍ରେଡିଙ୍ଗ୍‌ ଫିସ୍‌ ମାତ୍ର ୧୦ ଟଙ୍କା ରଖିଛି, ଯାହାକି ଖୁବ୍‌ କମ୍‌। Paytm Money ଦ୍ୱାରା ନିଆଯିବାକୁ ଥିବା ଏହି ଶୁଳ୍କ ଗ୍ରାହକମାନଙ୍କୁ ଅନ୍ୟ ପ୍ଲାଟଫର୍ମ ତୁଳନାରେ ବହୁତ କମ୍‌ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.