Below header

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମୀ ସହିଦ: ସିସି ଟିଭିରେ କଏଦ ହେଲା ଦୃଶ୍ୟ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ପୋଲିସକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନଦ୍ବିପ୍ରହରରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏହି ଗୁଳିମାଡ଼ରେ ୨ ପୋଲିସକର୍ମୀ ସହିଦ ହୋଇଛନ୍ତି। ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ପୋଲିସ ଉପରେ ଆତଙ୍କୀ ହାମଲା ସମୟର ସିସି ଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କୀମାନେ ଇକ-୪୭ ଧରି ବୁଲୁଥିବା ନଜର ଆସିଛନ୍ତି। ଆତଙ୍କୀ ପରିଚୟ ଖୋଜା ଚାଲିଛି। ଆତଙ୍କୀମାନେ ଘଟଣା ଘଟାଇବା ପରେ ତୁରନ୍ତ ଫେରାର ହୋଇଯାଇଥିଲେ।

ଏହାପୂର୍ବରୁ କାଶ୍ମୀରର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲା । ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ । ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.