ସାଥି ହେବ ତ ଏମିତି, କୁକୁରଙ୍କ ସହ ପ୍ଲାଷ୍ଟିକ ଜରି ତଳେ ଜୀବନ କାଟୁଛନ୍ତି ୬୫ ବର୍ଷୀୟା ବୃଦ୍ଧା

ନିସ୍ଵାର୍ଥପର ଭଲ ପାଇବା ଓ ବିଶ୍ୱସନୀୟତା କଥା ଉଠିଲେ ପ୍ରଥମେ କୁକୁରଙ୍କ ନାଁ ହିଁ ମନକୁ ଆସିଥାଏ । କେବେ କେବେ ତ ସେମାନଙ୍କୁ ନେଇ ହିଁ ଉଦାହରଣ ଦିଆଯାଇଥାଏ । ଏମିତିରେ ବି ବନ୍ଧୁତ୍ୱ ନିଭେଇବାରେ କୌଣସି ବି ପଶୁ ମଣିଷଙ୍କ ଠାରୁ ଦୁଇ ପାଦ ଆଗରେ ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କୁକୁର ସହ ନିଜ ବନ୍ଧୁତ୍ୱ ରଖିବା ପାଇଁ ଦୀର୍ଘ ୮ ବର୍ଷ ହେବ ସଡକ କଡରେ ଜୀବନ କାଟୁଛନ୍ତି । ଏହି ମହିଳା ଜଣଙ୍କ ନାଁ ହେଉଛି ଓଲମେଡୋ ବେଲ୍ଟରୋନ | ମେକ୍ସିକୋର ତୀଯୁଆନାରେ ରହୁଥିବା ୬୫ ବର୍ଷୀୟ ଏହି ମହିଳାଙ୍କୁ ସ୍ଥାନୀୟ ଲୋକେ ” La Chole” ନାଁରେ ଡାକୁଛନ୍ତି । ଓଲମେଡୋ କୁକୁର ମାନଙ୍କ ସହ ରହିବା ପାଇଁ ଏକ ଜରୀ ପାଲକୁ ହିଁ ନିଜ ଘର କରିଦେଇଛନ୍ତି । ୬ କୁକୁରଙ୍କ ସହ ଜାରି ତଳେ ହିଁ ଦିନ କାଟୁଛନ୍ତି ଓଲମେଡୋ । ପ୍ରବଳ ଥଣ୍ଡା, ଟାଣ ଖରା ଆଉ ଭାରି ବର୍ଷାରେ ଏହି ଜରି ହିଁ ସେମାନଙ୍କର ଏକ ମାତ୍ର ସାହା ।

plastic woman
image credit: punjab keshari

ଜୀବନର ବାଟ ଚାଲିବାରେ ଏହି କୁକୁର ମାନେ ସାଥି ପାଲଟିଛନ୍ତି ଓଲମେଡୋଙ୍କର । ଏମାନଙ୍କୁ ନେଇ ହିଁ ତାଙ୍କର ଏକ ଛୋଟିଆ ପରିବାର । ଓଲମେଡୋଙ୍କ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ଏକ ଭଲ ଜୀବନ ଦେବାରେ ସ୍ଥାନୀୟ ପ୍ରଶାସନ ଯେତେ ଚେଷ୍ଟା କରିଥିଲେ ବି ସବୁ ବିଫଳ ଯାଇଛି । ଏମିତିକି ଆଶ୍ରୟ ସ୍ଥଳକୁ ଯିବାକୁ ବି ମନା କରିଦେଇଛନ୍ତି ଏହି ମହିଳା । କୁକୁରଙ୍କ ପାଇଁ ନିଜ ପରିବାରକୁ ବି ଭୁଲି ଯାଇଛନ୍ତି । କଲୋଙ୍କ ଏହି କାହାଣୀ ସାମ୍ନାକୁ ଆଣିବା ପାଇଁ ଓମାର ନାମକ ଜଣେ ଫଟୋ ଗ୍ରାଫର କୁକୁରଙ୍କ ସହ ତାଙ୍କର କିଛି ଫଟୋକୁ ସୋସିଆଲ ମିଡିୟାରେ ସେୟାର କରିଥିଲେ | ଏହି ଫଟୋ ଗୁଡିକୁ ଦେଖି ଲୋକେ ବି ଖୁବ ଭାବବିହ୍ଵଳ ହୋଇ ପଡିଛନ୍ତି ।

 

 

Leave A Reply

Your email address will not be published.