ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ପୂର୍ବରୁ ହିଁ ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା

ଫେବୃଆରୀ ମାସ ସରିବାକୁ ବସିଛି। ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଆଗାମୀ ମାସ ଅର୍ଥାତ୍‌ ମାର୍ଚ୍ଚକୁ ଘୁଞ୍ଚାଇ ଦେଇଛନ୍ତି, ତ ଗୋଟିଏ ଥର କ୍ୟାଲେଣ୍ଡର ଉପରେ ନିଶ୍ଚିତ ନଜର ପକାନ୍ତୁ। ହୋଇପାରେ ଆପଣ ଯେଉଁଦିନ ବ୍ୟାଙ୍କ ଯାଇଥିବେ, ସେହିଦିନ ବ୍ୟାଙ୍କ ବନ୍ଦ ଥିବ। ତେଣୁ ଆଗୁଆ ଆପଣ ଜାଣି ନିଅନ୍ତୁ କି, ମାର୍ଚ୍ଚରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।

ମାର୍ଚ୍ଚରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ହଲିଡେ କ୍ୟାଲେଣ୍ଡର ମୁତାବକ, ମାର୍ଚ୍ଚରେ ହୋଲି ଏବଂ ମହାଶିବରାତ୍ରୀକୁ ମିଶାଇ ମୋଟ ୧୧ଦିନ ବ୍ୟାଙ୍କ ଛୁଟି ରହିବ। ଏହି ଛୁଟି ଦିନଗୁଡ଼ିକ ହେଉଛି, ୫ ମାର୍ଚ୍ଚ, ୧୧ ମାର୍ଚ୍ଚ, ୨୨ ମାର୍ଚ୍ଚ, ୨୯ ମାର୍ଚ୍ଚ ଏବଂ ୩୦ ମାର୍ଚ୍ଚ। ଏତଦ୍‌ ବ୍ୟତୀତ ୪ଟି ରବିବାର ଏବଂ ୨ଟି ଶନିବାର ବ୍ୟାଙ୍କ ବନ୍ଦ ରହିବ। ଏହିପରି ଭାବେ ୧୧ ଦିନ ବ୍ୟାଙ୍କ ସମ୍ବନ୍ଧିତ କୌଣସି କାର୍ଯ୍ୟ ହୋଇପାରିବ ନାହିଁ।

ଦେଖନ୍ତୁ ତାଲିକା

୫ ମାର୍ଚ୍ଚ: ଚାପଚର କୁଟ ଉପଲକ୍ଷେ ମିଜୋରାମରେ ଛୁଟି
୧୧ ମାର୍ଚ୍ଚ: ମହାଶିବରାତ୍ରୀ
୨୨ ମାର୍ଚ୍ଚ: ବିହାର ଦିବସ
୨୯ ଏବଂ ୩୦ ମାର୍ଚ୍ଚ: ହୋଲି ଛୁଟି

ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଉପଯୋଗ କରିପାରିବେ

ମାର୍ଚ୍ଚରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ଥିଲେ ମଧ୍ୟ ଆପଣ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଜରିଆରେ ନିଜ କାମ କରାଇ ପାରିବେ। ଆର୍‌ବିଆଇର କହିବା ହେଲା, ରାଜ୍ୟଗୁଡ଼ିକ ହିସାବରେ ବ୍ୟାଙ୍କ୍‌ ଛୁଟି ଅଲଗା ଅଲଗା ହୋଇପାରେ। ତେଣୁ ସମସ୍ତ ଗ୍ରାହକ ବ୍ୟାଙ୍କିଙ୍ଗ୍‌ ସହ ଜଡ଼ିତ ନିଜ କାମକୁ ସାରିବା ପାଇଁ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ସହାୟତା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.