ମାର୍ଚ୍ଚ ପହିଲାରୁ ଦେଶରେ ବୟସ୍କଙ୍କୁ ଦିଆଯିବ କୋଭିଡ୍ ଟିକା, ଘରୋଇ ହସ୍ପିଟାଲରେ ଟିକା ନେଲେ ଟଙ୍କା ଦେବାକୁ ପଡ଼ିବ

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚ ପହିଲାରୁ ଦେଶରେ ବୟସ୍କଙ୍କୁ ଦିଆଯିବ କୋଭିଡ୍ ଟିକା । ୧ ତାରିଖରୁ ଆରମ୍ଭ ହେବ ଟିକାକରଣ । ୬୦ ବର୍ଷରୁ ଅଧିକ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି । ୧୦ ହଜାର ସରକାରୀ ଓ ୨୦ ହଜାର ବେସରକାରୀ ସେଣ୍ଟରରେ ହେବ ଟିକାକରଣ ।

ସରକାରୀ ସେଣ୍ଟରରେ ଟିକା ନେଲେ ମାଗଣା । କିନ୍ତୁ ଘରୋଇ ହସ୍ପିଟାଲରେ ଟିକା ନେଲେ ଟଙ୍କା ଦେବାକୁ ପଡ଼ିବ । କେତେ ଟଙ୍କା ଦେବେ ଆସନ୍ତା ୩-୪ ଦିନ ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଲୋଚନା କରି ନିଷ୍ପତ୍ତି ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.