Below header

ରାତିରେ ଶୋଇଥିବା ବେଳେ ରହସ୍ୟମୟ ଭାବେ ଖଟ ତଳକୁ ଚାଲିଯାଉଛି କୁନି ଝିଅ, ବାପା ଦେଖିଲେ ଭୟାନକ ସିସିଟିଭି ଫୁଟେଜ୍‌

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରେ ଦେଖିବାକୁ ମିଳୁଛି, ଏକ କୁନି ଝିଅ ଖଟରେ ଶୋଇଛି। ହଠାତ୍‌ ରହସ୍ୟମୟ ତରିକାରେ ସେ ଖଟ ତଳକୁ ଚାଲିଯାଉଛି। ଏହି ଦୃଶ୍ୟ ରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି, ଯାହାକୁ ଦେଖି କୁନି ଝିଅର ବାପା ଭୟଭୀତ ହୋଇପଡ଼ି ଟିକ୍‌ଟକରେ ଫୁଟେଜ୍‌କୁ ପୋଷ୍ଟ କରି ଦେଇଛନ୍ତି। ଫୁଟେଜ୍‌ ଦେଖି ଲୋକେ କହିଛନ୍ତି, ‘ଘରର ଚାବି ସେଠାରେ ଉପସ୍ଥିତ ଥିବା ଅଦୃଶ୍ୟ ଶକ୍ତିକୁ ଦେଇ ଦିଅନ୍ତୁ ଏବଂ ସେଠାରୁ ଚାଲି ଯାଆନ୍ତୁ’।

ଟିକ୍‌ଟକ ୟୁଜର @joshdean0222 ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ମୋ ଝିଅକୁ ଖଟ ତଳକୁ ଟାଣିକି ନିଆଯାଉଛି। ମୋ ସ୍ତ୍ରୀକୁ ଲାଗୁଛି, ସେ ନିଜେ ଚାଲିକି ଖଟ ତଳକୁ ଆସିଛି। କିନ୍ତୁ ମୋ ଝିଅକୁ କୌଣସି ଶକ୍ତି ଖଟ ତଳକୁ ଟାଣୁଛି’। ଖବର ଅନୁସାରେ, ଘଟଣା ରାତି ୧୧ଟା ୩୭ ମିନିଟ୍‌ର। ଏଠାରେ କିଛି ପାରାନର୍ମାଲ ଆକ୍ଟିଭିଟି ରହିଛି। ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ କୁନି ଝିଅଟି ଖେଳଣା ସହିତ ଖଟର ଗୋଟିଏ ପଟେ ଶୋଇଥିଲା।

ଭିଡିଓ ପୋଷ୍ଟ ହେବା ପରେ ଏ ପର୍ଯ୍ୟନ୍ତ ଏହାକୁ ୮୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଝିଅର ବାପା କହିଛନ୍ତି, ପ୍ରଥମେ ମୋ ଝିଅ ଖଟରୁ ଓହ୍ଲାଇ ନିଜେ ଚାଲିକି ଯାଉଛି। କିନ୍ତୁ ହଠାତ୍‌ ସେ ଡରିବାରେ ଲାଗୁଛି। ପୁଣି ଜୋର୍‌ରେ କାନ୍ଦିବା ସହ ଚିଲ୍ଲାଇବାରେ ଲାଗୁଛି। ପରେ ତା’ ମାଆକୁ ଡାକୁଛି। ଖଟ ତଳେ କୌଣସି ହଲଚଲ ଦେଖିବାକୁ ମିଳୁନାହିଁ। ଭିଡିଓକୁ ଏ ପର୍ଯ୍ୟନ୍ତ ୭.୨୫ ଲକ୍ଷରୁ ଅଧିକ ଲାଇକ୍ସ ଏବଂ ୨୬ ହଜାରରୁ ଅଧିକ କମେଣ୍ଟସ୍‌ ମିଳିସାରିଲାଣି।

ଜଣେ ୟୁଜର ଭିଡିଓ ଉପରେ କମେଣ୍ଟ ଦେଇ ଲେଖିଛନ୍ତି, ‘ଭୂତ ବୋଲି କିଛି ନାହିଁ। ଝିଅଟି ନିଜ ଖେଳଣା ଖୋଜୁଥିଲା। ସେ ଏହାକୁ ଆଣିବା ପାଇଁ ଖଟ ତଳକୁ ଯାଇଥିଲା, କିନ୍ତୁ ବାହାରକୁ କେମିତି ବାହାରିବ, ତାହା ବୁଝିପାରି ନ ଥିଲା। ଫଳରେ ସେ କାନ୍ଦିବାକୁ ଲାଗିଥିଲା ଏବଂ ନିଜ ମାଆକୁ ଡାକିଥିଲା। ଏହା କମନ୍‌ସେନ୍ସର କଥା।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.