କଟନ ଉଲ୍‌ ସାହାଯ୍ୟରେ ତ୍ୱଚାରେ ଲଗାନ୍ତୁ ଥଣ୍ଡା କ୍ଷୀର କିମ୍ବା ଘଷନ୍ତୁ ବରଫ ଖଣ୍ଡ, ସନ୍‌ବର୍ଣ୍ଣ ସମସ୍ୟାରୁ ମିଳିପାରିବ ମୁକ୍ତି

ଗ୍ରୀଷ୍ମ ଦିନେ ଚିପ୍‌ଚିପାପଣ ଖରା ଏବଂ ଅତି ବାଇଗେଣୀ ରଶ୍ମୀ ଯୋଗୁ ତ୍ୱଚାରେ ନମନୀୟତା କମି ଯାଇଥାଏ, ଯେଉଁ କାରଣରୁ ତ୍ୱଚା ଝାଉଁଳି ପଡ଼ିବା ସହ ରୁକ୍ଷ ଏବଂ ଶୁଷ୍କ ହୋଇଯାଏ। ତ୍ୱଚାର ରଙ୍ଗ ମଧ୍ୟ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍‌ସ୍କ୍ରିନ୍‌ ଲୋଶନ ବହୁତ ପ୍ରଭାବୀ ହୋଇଥାଏ। ଯଦି ଆପଣଙ୍କୁ ଦ୍ୱିପ୍ରହର ଖରାରେ ବାହାରକୁ ଯିବାକୁ ପଡ଼େ, ତ ସନ୍‌ସ୍କ୍ରିନ୍‌ ଲୋଶନ ବିନା ଆଦୌ ବାହାରନ୍ତୁ ନାହିଁ।

ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ, ଟ୍ୟାନ, ସନ୍‌ବର୍ଣ୍ଣ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣ ଯେତେ ସମ୍ଭବ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କ ସିଧା କିରଣରୁ ଦୂରେଇ ରଖିବା ଉଚିତ। ଏତଦ୍‌ ବ୍ୟତୀତ ଖରାରେ ଯେପରି ନିଜ ତ୍ୱଚା ଖରାପ ନ ହେବ, ସେଥିପାଇଁ କିଛି ଘରୋଇ ଟିପ୍ସ ମଧ୍ୟ ଆପଣାଇ ପାରିବେ। ଆଜି ଆମେ ଆପଣଙ୍କୁ ସନ୍‌ବର୍ଣ୍ଣରୁ ରକ୍ଷା ପାଇବାର କିଛି ଟିପ୍ସ ବିଷୟରେ କହିବୁ।

୧. ଦିନସାରା ବାହାରେ ରହୁଥିବାରୁ ସନ୍ଧ୍ୟା ସମୟରେ କିଛି ସମୟ ନିଜ ଚେହେରାରେ ବରଫ ଖଣ୍ଡ ରଖନ୍ତୁ। ଏହାଦ୍ୱାରା ସନ୍‌ବର୍ଣ୍ଣ ସମସ୍ୟାରୁ ମୁକ୍ତି ମିଳିବ।

୨. ଚେହେରାରେ ଟମାଟର ପେଷ୍ଟ ଲଗାଇବା ଦ୍ୱାରା ଖରାରେ ଝାଉଁଳି ପଡ଼ିଥିବା ତ୍ୱଚାକୁ ବହୁତ ଆରାମ ମିଳିବ।

୩. ସନ୍‌ବର୍ଣ୍ଣ ସମସ୍ୟାକୁ କମ୍‌ କରିବା ପାଇଁ ଚେହେରାକୁ ସଫା ଏବଂ ଥଣ୍ଡା ପାଣିରେ ବାରମ୍ବାର ଧୁଅନ୍ତୁ।

୪. ଗୋଲାପ ଜଳରେ ତରଭୁଜ ରସ ମିଶାଇ ଚେହେରାରେ ଲଗାନ୍ତୁ। ଏହାକୁ ୨୦ ମିନିଟ୍‌ ରଖି ଧୋଇ ଦିଅନ୍ତୁ।

୫. ୧ ଚାମଚ ମହୁରେ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଚେହେରାରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ। ଏଭଳି ପ୍ରତିଦିନ କରନ୍ତୁ।

୬. କଟନ ଉଲ୍‌ ସାହାଯ୍ୟରେ ତ୍ୱଚାରେ ଥଣ୍ଡା କ୍ଷୀର ଲଗାନ୍ତୁ। ଏହା ତ୍ୱଚାକୁ କୋମଳ ରଖିବା ସହିତ ରଙ୍ଗ ମଧ୍ୟ ଉଜ୍ଜ୍ୱଳ କରିବ।

Leave A Reply

Your email address will not be published.