ଶତ୍ରୁ ବି ହୋଇପାରନ୍ତି ମିତ୍ର: ବିଲେଇ ଛୁଆକୁ କ୍ଷୀର ପିଆଉଛି କୁକୁର, ନିଆରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
କୁକୁର-ବିଲେଇଙ୍କ ଲଢ଼େଇ ବା ଶତ୍ରୁତା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ନିଜ ଘରେ ହେଉ କି ଆଖାପାଖ ଅଞ୍ଚଳ କିମ୍ବା କଲୋନୀରେ ଏମାନଙ୍କର ଲଢ଼େଇ ଆପଣ ଦେଖିବାକୁ ପାଇଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଏହି ଦୁଇ ଜୀବଙ୍କ ମଧ୍ୟରେ ଅନାବିଳ ପ୍ରେମ ଦେଖିବାକୁ ମିଳୁଛି। ଭିଡିଓକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ଦେଖାଯାଉଛି କି, ଏକ ବିଲେଇ ଛୁଆ ମାଈ କୁକୁରଠାରୁ କ୍ଷୀର ପିଉଛି। ଭିଡିଓଟି ନାଇଜେରିଆର କୌଣସି ଏକ ଗାଁର ବୋଲି କୁହାଯାଉଛି।
କୁକୁରଟି ତଳେ ଶୋଇଛି। ତା’ ବେକରେ କଳା ରଙ୍ଗର ଏକ ପଟି ବନ୍ଧା ହୋଇଛି। ଏହି ସମୟରେ ଏକ ବିଲେଇ ଛୁଆ ତା’ଠାରୁ କ୍ଷୀର ପିଉଛି। ତେବେ ବିଲେଇ ଛୁଆଟିର ଏଭଳି ହରକତରେ କୁକୁରର କୌଣସି ଅସୁବିଧା ହେଉନି। ସେ ବିଲେଇର କୌଣସି ବି କ୍ଷତି କରୁନାହିଁ। ଏଭଳି ଏକ ନିଆରା ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜରମାନେ ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି।
ଭିଡିଓକୁ ରିଉଟର୍ସ ଇଣ୍ଡିଆ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଶେୟାର କରିଛି। ମାତ୍ର ୩୨ ସେକେଣ୍ଡର ଏହି ଭିଡିଓରେ ଲୋକେ ବିଲେଇ ଓ କୁକୁରକୁ ଘେରି ହୋଇ ରହିଥିବା ଦେଖିବାକୁ ମିଳୁଛି। ସେମାନେ ଏହାର ଭିଡିଓ ବନାଉଛନ୍ତି। ତେବେ ଭିଡିଓଟି ଭାଇରାଲ ହେବା ପରେ ଏ ପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ୩୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଭିଡିଓ ଦେଖି ଜଣେ ୟୁଜର ଲେଖିଛନ୍ତି, ‘ଏହା ବହୁତ ସୁନ୍ଦର, ଆମେ ମଣିଷ ମଧ୍ୟ ବିନମ୍ର ହେବା ଉଚିତ।’
WATCH: It’s a most unusual sight: a kitten was spotted feeding on milk from a nursing dog in a remote village in Nigeria pic.twitter.com/CmmVME3yFo
— Reuters India (@ReutersIndia) January 24, 2021