ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଲେ ରାହୁଲ, ପାର୍ଟିରେ ଆଭ୍ୟନ୍ତରୀଣ ଲୋକତନ୍ତ୍ର ଆଣିବା ନିହାତି ଜରୁରୀ

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏବେ ପୁଣି ଏକ ମନ୍ତବ୍ଯ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଏକ ଭର୍ଚୁଆଲ ପ୍ରୋଗ୍ରାମରେ ସାମିଲ ହୋଇ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଭାରତର ପୂର୍ବତନ ଆର୍ଥିକ ପରାମର୍ଶଦାତା କୌଶିକ ବସୁଙ୍କ ସହିତ ଆଲୋଚନା କରିଥିଲେ।

ଏହି ପ୍ରୋଗ୍ରାମରେ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ ବିବାଦକୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ମନର ବ୍ୟଥା ଖୋଲି କହିଥିଲେ। ପ୍ରଫେସର କୌସିକ୍ ବସୁଙ୍କ ସହିତ ଆଲୋଚନା କରି ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଥିଲେ।

୧୯୭୫ରେ ଇନ୍ଦିରା ଗାନ୍ଧିଙ୍କ ଦ୍ବାରା ଲଗାଯାଇଥିବା ଆପତ୍ତକାଳୀନ ସେବା ନେଇ ଯେତେବେଳେ ରାହୁଲଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ- ତାହା ଭୁଲ ଥିଲା। କିନ୍ତୁ ସେତେବେଳେ ଯାହା ହୋଇଥିଲା ଓ ଆଜି ଯାହା ହେଉଛି, ସେଥିରେ ଫରକ ରହିଛି। ସେତେବେଳେ ମୋ ଜେଜେମାଙ୍କ ଏହି ସ୍ଥିତି ଘୋଷଣା ଭୁଲ ଥିଲା ବୋଲି ମାନିଥିଲେ। ନିଜର ଭୁଲ ମାନି ନେବା ସାହାସର କାମ ହୋଇଥାଏ ବୋଲି ରାହୁଲ କହିଛନ୍ତି।

869470-rahul-gandhi-dna

ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସରକାର ଭାରତର ଲୋକତାନ୍ତ୍ରିକ ପ୍ରଣାଳୀକୁ କ୍ଷତି ପହଞ୍ଚାଉଛି। ଭାରତର ପ୍ରତି ସଂସ୍ଥାର ସ୍ବତନ୍ତ୍ରତା ଉପରେ ଆକ୍ରମଣ କରାଯାଉଛି। ଆରଏସଏସ ପ୍ରତି ସ୍ଥାନରେ ହସ୍ତକ୍ଷେପ କରୁଛି। କୋର୍ଟ ହେଉ ଅବା ନିର୍ବାଚନ ଆୟୋଗ କିମ୍ବା କେବେ ସ୍ବତନ୍ତ୍ର ସଂସ୍ଥାର ଆଦର୍ଶ ଉପରେ ମଧ୍ୟ ହସ୍ତକ୍ଷେପ କରୁଛି।

ଏହା ସହିତ ରାହୁଲ ଦଳୀୟ ବିବାଦ ନେଇ କହିଥିଲେ କଂଗ୍ରେସରେ ଆଭ୍ୟନ୍ତରୀଣ ଲୋକତନ୍ତ୍ରକୁ ପ୍ରୋତ୍ସାହନ ଦେବା କଥା ମୁଁ ବହୁ ବର୍ଷ ହେବ କହି ଆସୁଛି। ମୋ ଉପରେ ମୋରି ପାର୍ଟି ଲୋକ ଆକ୍ରମଣ କରୁଛନ୍ତି। ଏଥିପାଇଁ ଦଳର ବହୁ ଲୋକ ମୋତେ ସମାଲୋଚନା କରିଥିଲେ। ମୁଁ ମୋ ଦଳର ଲୋକଙ୍କୁ କହିଥିଲି ପାର୍ଟିରେ ଆଭ୍ୟନ୍ତରୀଣ ଲୋକତନ୍ତ୍ର ଆଣିବା ନିହାତି ଜରୁରୀ।

Leave A Reply

Your email address will not be published.