ଦୀର୍ଘ ୨୮ବର୍ଷ ପରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି ଦେଓ ପ୍ରକଳ୍ପ କାର୍ଯ୍ୟ, ବୁଡି ଅଞ୍ଚଳବାସୀଙ୍କୁ ବିସ୍ଥାପିତ କରୁଛି ପ୍ରଶାସନ

କରଞ୍ଜିଆ: କରଞ୍ଜିଆ ବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ କରଞ୍ଜିଆ ବ୍ଳକ ହାତିବାରି ଠାରେ ଶିମିଳିପାଳ ରୁ ବହି ଆସିଥିବା ଚିରଶ୍ରତା ଦେଓ ନଦୀରେ ୫୨କୋଟି ଟଙ୍କାର ଏକ ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୯୯୦୦ ହେକ୍ଟର ଚାଷଜମିରେ ଜଳ ସେଚନ ହଇ ପାରିବ । ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ବହୁ ଚାଷୀ ଉପକୃତ ହେବେ ।

ହେଲେ ଏଇ ପ୍ରକଳ୍ପ କାର୍ଯ୍ୟ ଏତେ ମନ୍ଥର ଗତିରେ ଚାଲିଥିଲା ଯେ ୨୮ ବର୍ଷ ଲାଗିଲାଣି ସମ୍ପୂର୍ଣ୍ଣ ହବା ପାଇଁ । ତେବେ ବର୍ତ୍ତମାନ ଏଇ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହବାକୁ ଯାଉଛି । ବର୍ତ୍ତମାନ ଦେଓ ନଦୀବନ୍ଧ କାର୍ଯ୍ୟ ୮୫ ସତକୋଡା ସରିସାରିଥିବା ବେଳେ ମୁଖ୍ୟ ସମସ୍ୟା ବିସ୍ଥାପନ ଥିଲା । ତେବେ ଏଇ ବିସ୍ଥାପନ ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଲୋକଙ୍କ ସହିତ ବାରମ୍ବାର ଆଲଚନା ମାଧ୍ଯମରେ ସମାଧାନ କରିଥିଲେ ବି ସମାଧାନ ହୋଇପାରି ନଥିଲା । ଫଳରେ ଆଜି ସ୍ଥାନୀୟ ପ୍ରଶାସନ ବିସ୍ଥାପନ ହବାକୁ ଥିବା ହାତୀବାରି ଗ୍ରାମର ୧୯ ରୁ ପରିବାରଙ୍କୁ ବିସ୍ଥାପନ କରୁଛି ।

ଆଜି ବିସ୍ଥାପନ ହେଉଥିବା ବସ୍ତି ବାସିନ୍ଦାଙ୍କୁ ନିକଟରେ ପାଟୁଳିଡିହି ଅସ୍ଥାୟୀ ଶିବିରରେ ରଖୁଛି ସ୍ଥାନୀୟ ପ୍ରଶାସନ । ଆସନ୍ତା ଜୁନ ମାସ ସୁଦ୍ଧା ଏଇ ବନ୍ଧକାର୍ଯ୍ୟ ସମ୍ପୂର୍ଣ୍ଣ ହବା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ଥିବା ବେଳେ ବିସ୍ଥାପନ ସମସ୍ୟାକୁ ନେଇ ଆଜି ପାଖରୁ ବୁଡି ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଦୁଇଜଣ ମାଜିଷ୍ଟ୍ରେଟ ଦାୟିତ୍ୱ ନେଇଛନ୍ତି । ଏଥି ସହିତ ମୟୁରଭଞ୍ଜ ଉପଜିଲ୍ଲାପାଳ,ମୟୁରଭଞ୍ଜ ଆରକ୍ଷୀଅଧିକ୍ଷକ, କରଞ୍ଜିଆ ଓ ଶୁକୃଳି ତହସିଲଦାର ପ୍ରଭୁତି ଉପସ୍ଥିତ ରହି ବସ୍ତିବାସିନ୍ଦାଙ୍କୁ ବିସ୍ଥାପିତ କରୁଛନ୍ତି। ଘଟଣା ସ୍ଥଳରେ ଚାପା ଉତେଜନା ଥିଲେ ମଧ୍ୟ ପ୍ରଶାସନ ୧୯ ଟି ପରିବାରଙ୍କୁ ବିସ୍ଥାପିତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.